ଗୀତା ଭବନ ଠାରେ ସ୍ୱତନ୍ତ୍ର ସାଧନା ଦିବସ ପାଳିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) ଶୁକ୍ରବାର ଦିନ ସ୍ଥାନୀୟ ଗିରିରୋଡ଼ସ୍ଥିତ ଗୀତା ଭବନ ଠାରେ ଏକ ଦିବସୀୟ ସ୍ୱତନ୍ତ୍ର ସାଧାନା ଦିବସ ସମନ୍ୱୟ ସମିତି ଦକ୍ଷିଣାଞ୍ଚଳର ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର‌୍ୟ୍ୟକ୍ରମର ପ୍ରାତଃ ସମୟରେ ଜୟଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଜପଧ୍ୟାନ, ଗୁରୁପାଦ ପୂଜା, ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦଙ୍କ ଅର୍ଚ୍ଚନା, ଶ୍ରୀ ସୂକ୍ତମ୍, ଶନିଶ୍ଚର ସ୍ତୋତ୍ରମ୍ ସହ ଗୀତାର ଅଷ୍ଟମ ଅଧ୍ୟାୟ ପାଠ କରାଯାଇଥିଲା । ଏଥିରେ ପାଣ୍ଡୁରଙ୍ଗା ପଟ୍ଟନାୟକ, ରମାଦେବୀ ପଟ୍ଟନାୟକଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏବଂ ପ୍ରଥମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏହି ସତ୍ସଙ୍ଗର ଆୟୋଜନ କରାଯାଇଥିଲା । ଏଥିରେ ଅତିଥି ଭାବେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରି ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ସହ ଆଶୀର୍ବଚନ ମାଧ୍ୟମରେ ଜୀବାତ୍ମାର ଗତିବିଧି ଓ କର୍ମଫଳ ବିଷୟରେ ବୁଝାଇଥିଲେ । ନିଃସ୍ୱାର୍ଥ ସେବା, ବିନମ୍ର, ସରଳ ଭାବ, ମମତା, କରୁଣା, ଭଗବତ୍ ପ୍ରେମ, ବିଶ୍ୱାସ ଭକ୍ତି ରହିବା ଆବଶ୍ୟକ । ଠାକୁରଙ୍କୁ ମୂର୍ତ୍ତି ରୂପରେ ନୁହେଁ, ପ୍ରତ୍ୟକ୍ଷ ଉପସ୍ଥିତ ରୂପରେ ଅନୁଭବ କରି ସାଧନା ମାର୍ଗରେ ଆଗେଇବା ଦରକାର । ତେବେ ଯାଇ ଜୀବର ପରମ ଲକ୍ଷ ତଥା ଈଶ୍ୱର ସାକ୍ଷାତକାର ହୋଇଥାଏ । ଯେତେ ସମୟ ପର‌୍ୟ୍ୟନ୍ତ ଜୀବିତ ଅଛନ୍ତି, ସେହି ସମୟ ପର‌୍ୟ୍ୟନ୍ତ ଅନ୍ୟମାନଙ୍କ ଠାରୁ ଶିକ୍ଷିବାର ଆବଶ୍ୟକ । ଅର୍ଥାତ୍ ଅନୁଭବ ହିଁ ଜୀବନରେ ସବୁଠାରୁ ଶ୍ରେଷ୍ଠ ଗୁରୁ ଅଟେ ବୋଲି ସ୍ୱାମୀଜୀମାନେ କହିଥିଲେ । ସତ୍ୟ ସନାତନ ଧର୍ମକୁ ବଞ୍ଚାଇ ରଖିବା ଓ ଯୁବପିଢ଼ୀମାନଙ୍କୁ ମୁନି ଋଷିମାନଙ୍କ ମାର୍ଗକୁ ଅନୁସରଣ କରି ସତ୍ ରାସ୍ତାରେ ଜୀବନ ବିତାଇବା ଅଭ୍ୟାସ କରିବା ଉଚିତ୍ ଓ ଶିବାନନ୍ଦ ଚିଦାନନ୍ଦ ବାଣୀକୁ ପ୍ରଚାର ପ୍ରସାର, ସମ୍ବାଦ ସନ୍ଦେଶ ମାଧ୍ୟମରେ ଘରେ ଘରେ ପ୍ରଚାର କରାଇବା ଲକ୍ଷ୍ୟ ହେବା ଉଚିତ୍ ବୋଲି ସ୍ୱାମୀଜୀ କହିଥିଲେ ।  ଦିବ୍ୟ ଜୀବନ ସଂଘ, ବ୍ରହ୍ମପୁର ମୁଖ୍ୟ ଶାଖାର ସଭାପତି ଉପେନ୍ଦ୍ର କୁମାର ପାଣିଗ୍ରାହୀ, ଉପସଭାପତି ଉମାଚରଣ ମହାନ୍ତି, ବ୍ରଜ କିଶୋର ପଟ୍ଟନାୟକ, କଲ୍ୟାଣୀ ଭଉଣୀମାନେ ଗୁରୁବାଣୀ ଶୁଣାଇଥିଲେ । ଏହି କାର‌୍ୟ୍ୟକ୍ରମରେ ଜଗଦିଶ ପଟ୍ଟନାୟକ, ସଂଯୁକ୍ତା ପଟ୍ଟନାୟକ, ବିଜିତ୍ ପଟ୍ଟନାୟକ, ବୀନିତ୍ ପଟ୍ଟନାୟକ, ପ୍ରତ୍ୟୁଷ ପଟ୍ଟନାୟକ, ଅକ୍ଷୟ କୁମାର ରଥ, କାଳିଆ ଭାଇ, ମହିଳା ଶାଖାର ସଂଗଠକ ଶାନ୍ତି ଭୂଷଣ ପଣ୍ଡା, ବବି ଭଉଣୀ, ଶିବାନନ୍ଦ ଶିଶୁ ସତ୍ସଙ୍ଗର କର୍ମକର୍ତ୍ତା ବିଶ୍ୱରୂପ ପାଢ଼ୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ ଗୁରୁଭାଇ ଓ ଭଉଣୀଙ୍କ ସମେତ ଅନ୍ୟାନ୍ୟ ଶ୍ରଦ୍ଧାଳୁ ଯୋଗ ଦେଇ କାର‌୍ୟ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ମୁଖ୍ୟ ଆୟୋଜକ ଜଗଦୀଶ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ