ପୋଲସରା ତହସିଲରେ ୭୫୦ ଜଣଙ୍କୁ ଘର ପଟ୍ଟା ବଣ୍ଟନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲରେ ୭୫୦ ଜଣଙ୍କୁ ଗ୍ରାମକଣ୍ଠ ପରମ୍ବକ ପରିବର୍ତ୍ତନ ହୋଇ ଘର ପଟ୍ଟା ପ୍ରଦାନ କରାଯାଇଛି। ବୁଧବାର ଦିନ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତହସିଲଦାର ରୁବୀ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ , ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ପ୍ରଧାନ , ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା , ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ , ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁଷି ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଘରପଟ୍ଟା ପାଇଁ ମୋଟ ୪୮୨୬ ଜଣ ଆବେଦନ କରିଥିବା ବେଳେ ପୂର୍ବରୁ ୩୧୦୧ ଜଣ ହିତାଧିକାରୀଙ୍କୁ ଘରପଟ୍ଟା ଦିଆ ସରିଛି। ଡିସେମ୍ବର ୨୭ ତାରିଖ ଦିନ ୭୫୦ ଜଣ ହିତାଧିକାରୀଙ୍କୁ ଘରପଟ୍ଟା ପ୍ରଦାନ କରାଯାଇଛି। ଅବଶିଷ୍ଟ ୯୭୫ ଜଣଙ୍କ କାର୍ଯ୍ୟକ୍ରମ ଆଗେଇ ଚାଲିଛି। ଘରବାରିର କିସମ ଗାମକଣ୍ଠ ପରମ୍ବକ ଥିବାରୁ ଗୃହ ମାଲିକମାନେ ଆବଶ୍ୟକ ବେଳେ ବିକ୍ରି କିମ୍ବା ବନ୍ଧକ ରଖି ପାରୁ ନଥିଲେ। ବର୍ତ୍ତମାନ ହସ୍ତାନ୍ତର ଯୋଗ୍ୟ ଘରପଟ୍ଟା ପାଇବା ପରେ ହିତାଧିକାରୀ ବୃନ୍ଦ ଆନନ୍ଦ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ