ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ କୁ ନିମନ୍ତ୍ରଣ

ପୋଲସରା, (ଅନିଲ କୁମାର ମହାରଣା):ଜାନୁୟାରୀ ୧୭ ତାରିଖ ଦିନ ଲୋକାର୍ପଣ ହେବ ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହାର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାପାଇଁ ବୁଧବାର ଦିନ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରକୁ ନିମନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ନୋଡାଲ ଅଧିକାରୀ ବିକ୍ରମ କେଶରୀ ପ୍ରଧାନ, ସେବାୟତ ସୋମନାଥ ପ୍ରଢିହାରୀ , ନାରାୟଣ ପ୍ରଢିହାରୀ ଓ ହରେକୃଷ୍ଣ ପ୍ରଢିହାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିମନ୍ତ୍ରଣ ପତ୍ର ଧରି ଐତିହାସିକ ମାରଦା ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା , ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନି, ତହସିଲଦାର ରୁବୀ ବେହେରା ଓ ମହନ୍ତ ଶ୍ରୀ ସୁନ୍ଦର ରାମଦାସ ମହାରାଜ ପ୍ରମୁଖ ଉପସ୍ଥିତ ରହି ଘଣ୍ଟ, ମୃଦଙ୍ଗ ବଜାଇ ସ୍ବାଗତ କରିବା ସହିତ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ। ପୂର୍ବରୁ ଶ୍ରୀମନ୍ଦିର ନୋଡାଲ ଅଧିକାରୀ ବିକ୍ରମ କେଶରୀ ପ୍ରଧାନ ଓ ସେବାୟତ ମାନେ ମା ତାରାତାରିଣୀ ମନ୍ଦିରର ନିମନ୍ତ୍ରଣ ପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପ୍ରଦାନ କରିଥିଲେ। ଏହି ନିମନ୍ତ୍ରଣ ପତ୍ର ପ୍ରଦାନ ବେଳେ ବୁଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ପୋଲସରା ଏନ୍ଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବ୍ଳକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ବିଷୋୟୀ ଓ ବିକ୍ରମ ନାୟକ ଏବଂ ମନ୍ଦିର କମିଟି ସଦସ୍ୟ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ