ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ସେପ୍ଟେମ୍ବର ୨୮ ତାରିଖ ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସପାଲ ବନମାଳୀ ବେହେରାଙ୍କ ତତ୍ତ୍ୱାବଧାନରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ), ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି), ଯୁବ ରେଡକ୍ରସ (ୱାଇଆରସି) ଓ ଆମ ଓଡ଼ିଶା ପକ୍ଷରୁ ମିଳିତ ଭାବେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି। କାର୍ଯ୍ୟକ୍ରମକୁ କଲେଜର ପରିଚାଳନା ସମିତି ସଭାପତି ଦୁର୍ଗା ପ୍ରସାଦ ମିଶ୍ର ଉଦଘାଟନ କରିଥିଲେ। କଲେଜର ପ୍ରିନ୍ସପାଲ ବନମାଳୀ ବେହେରା ପ୍ରଥମେ ରକ୍ତଦାନ କରି ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କଲେଜର ଅଧ୍ୟାପକ ବିରଞ୍ଚିନାରାୟଣ ରଥ, ବିଶ୍ଵନାଥ ଚୌଧୁରୀ, ଟୁଟୁ ଡାକୁଆ, ବିଭୁତି ଭୂଷଣ ସାହୁ, ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ, କ୍ରୀଡା ଅଧ୍ୟାପକ ଦୀପକ କୁମାର ସ୍ବାଇଁ, ଦୀପକ ରଞ୍ଜନ ଜେନା, ଗୋପୀନାଥ ପାଣିଗ୍ରାହୀ, ପାର୍ବତୀ ପାତ୍ର ଓ ପ୍ରୀତିମୟୀ ବେହେରାଙ୍କ ସମେତ ଛାତ୍ରଛାତ୍ରୀ ବୃନ୍ଦ ରକ୍ତଦାନ କରିଥିଲେ। ଭଞ୍ଜନଗର ଉପଖଣ୍ଡ ରକ୍ତ ଭଣ୍ଡାରର ଅଧିକାରୀ ଡାକ୍ତର ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଓ କର୍ମଚାରୀ ବୃନ୍ଦ ରକ୍ତଦାତାଙ୍କ ଠାରୁ ୪୩ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏନଏସଏସ(ପୁ) ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ସାହୁ, ଏନଏସଏସ(ମ) ଉପଦେଷ୍ଟା ବସନ୍ତ କୁମାର ପାଣି, ଏନଏସଏସ(ପୁ ଓ ମ) ଉପଦେଷ୍ଟା ସେକ୍ ଫରିଦ୍, ଏନସିସି ଅଧିକାରୀ ଲେଫନାଣ୍ଟ ବିନତା କୁମାରୀ ଦାସ, ଯୁବ ରେଡକ୍ରସ ଉପଦେଷ୍ଟା ବିଶ୍ଵନାଥ ଚୌଧୁରୀ ଶିବିରକୁ ପରିଚାଳନା କରିଥିଲେ। ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼, ଅଧ୍ୟାପକ ଶାନ୍ତନୁ ପ୍ରଧାନ, ପ୍ରଭାକର ସାହୁ, ସନ୍ଦୀପ କୁମାର ସାହୁ, ସୁଜାତା ବେହେରା, ଅଧ୍ୟାପିକା ସୁନିତା ପାଣିଗ୍ରାହୀ, ସୋନାଲି ସାହୁ, ପିଙ୍କି ପ୍ରଧାନ, ପିଙ୍କି ସାହୁ ପ୍ରଭୃତି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ