ପୋଲିସ ଗାଡ଼ି ଧକ୍କାରେ ଜିଆରଏସ୍ ଙ୍କ ମୃତ୍ୟୁ
ଜୟପୁର,(ୱାଇଏନ୍ଏସ୍): ମାଲକାନଗିରି ପୋଲିସ ଗାଡ଼ି ଧକ୍କାରେ ଜିଆରଏସ୍ ଙ୍କ ମୃତ୍ୟୁ ହୋଇଛି । ଜିଆରଏସ୍ ଙ୍କ ବାଇକକୁ ଧକ୍କା ଦେଲା ମାଥିଲି ଥାନା ବୋଲେରୋ ଗାଡି | ଗାଡି ଚଳାଉଥିବା ବେଳେ ଡ୍ରାଇଭର ନିଜର ଭାରସ୍ୟାମ ହରାଇ ଜିଆରଏସ୍ ଙ୍କ ବାଇକକୁ ଧକ୍କା ଦେଇଥିଲା । ଏହାପରେ ସେହି ଘଟଣା ସ୍ଥଳରେ ହିଁ ନାୟକାଗୁଡ଼ା ପଞ୍ଚାୟତ ଜିଆରଏସ୍ ବାଲାରାଜ ସାହୁଙ୍କ ମୃତ୍ୟୁ ହୋଇଥିଲା |