ପୋଲିସ ଗୁଳିରେ ଡକାୟତି ଦଳର ମାଷ୍ଟର ମାଇଣ୍ଡ ଆହାତ
ବାରଙ୍ଗ: ନରାଜ ଆନିକଟ ଛକ ନିକଟରେ ମଙ୍ଗଳବାର ପୋଲିସ ଡକାୟତି ଦଳ ମଧ୍ୟରେ ଗୁଳିବିନିମୟ ହୋଇଛି ।ଗୁଳିବିନିମୟ ଫଳରେ ଦଳର ମୁଖ୍ୟ ଆହାତ ହୋଇଛି ।ମିଳିଥିବା ସୂଚନା ଅନୁଯାୟୀ ଡକାୟତି ମାନେ କୃଷକ ବଜାରରେ ଡକାୟତି କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି । କୈାଣସି ବିଶ୍ୱସ୍ଥ ସୁତ୍ରରୁ ପୋଲିସ ଖବରପାଇ ଅଚାନକ ଚଢାଉ କରିଥିଲା । ଡକାୟତି ମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ।ଡକାୟତି ମାନଙ୍କର ପୁଲିସ ତରଫରୁ ପାଲଟା ଗୁଳି ଚଳାଇବା ବେଳେ ମୁଖ୍ୟ ଡକାୟତି ଜଣକ ଆହାତ ହୋଇଛି । ଆହାତ ଜଣକୁ ପୁଲିସ କଟକ ବଡ ମେଡିକାଲରେ ଭର୍ତ୍ତିକରିଛି ।