ପୋଲିସ ପ୍ରଶାସନ ବନ୍ଦ କଲା ବ୍ରତ ଉତ୍ସବ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ ବଡପଡା ପଞ୍ଚାୟତ ର ସିରିକୋଇ ଗ୍ରାମରେ ଚାଲିଥିବା ଏକ ବ୍ରତ ଉତ୍ସବ କୁ ପୋଲିସ ପହଞ୍ଚି ବନ୍ଦ କରିଛି ।ସିରିକୋଇ ଗ୍ରାମରେ ଗୌରୀ ଶଙ୍କର ସାହୁଙ୍କ ପୁଅର ବ୍ରତ ଉତ୍ସବ ୩୦ ତାରିଖ ସୋମବାର ଦିନ ହେବାର ଥିଲା ।ସେଥିପାଇଁ ଆଜି ରବିବାର ପୁର୍ବ ପ୍ରସ୍ତୁତି ଅନୁଯାୟୀ ପରିବାର ଓ ବନ୍ଧୁବର୍ଗ ଙ୍କ ମହିଳା ମାନେ ଆଜି ସକାଳେ ଦିଅଁ ମଙ୍ଗୁଳା ସାରି ଘରକୁ ଫେରିବା ପରେ ବ୍ରତର ଚାରିକର୍ମ କାର୍ଯ୍ୟ ଆରମ୍ଭ ହେବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ଥାନଧିକାରୀ ସୁଦୀପ୍ତ କୁମାର ସାହୁ ସଦଳେବଳେ ସେଠାରେ ପହଞ୍ଚି ଲକ୍ ଡାଉନ୍ ଯୋଗୁଁ ସମସ୍ତ ସାମାଜିକ କାର୍ଯ୍ୟ ଓ ପର୍ବପର୍ବାଣି ବନ୍ଦ କରାଯାଇଥିବା ବେଳେ ବ୍ରତ କାର୍ଯ୍ୟ କାହିଁକି କରୁଛ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ବ୍ରତ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ ।କରୋନା ଏକ ସଂକ୍ରମିତ ଭୁତାଣୁ ଏବଂ ଏହା ଖୁବ୍ ଶୀଘ୍ର ସଂକ୍ରମଣ ହୋଇଥାଏ ତେଣୁ ସାମୁହିକ ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ସାମାଜିକ କାର୍ଯ୍ୟ ବନ୍ଦ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି ।ତେଣୁ ପୋଲିସର ନିର୍ଦ୍ଦେଶ ପରେ ଗୌରୀ ଙ୍କ ପରିବାର ଏହି ବ୍ରତ କାର୍ଯ୍ୟ ସ୍ଥଗିତ ରଖିଥିବା ଜଣାପଡିଛି ।ସଚେତନତା ଅଭାବରୁ ଗ୍ରାମାଞ୍ଚଳରେ ଲୋକମାନେ ଏହି ସବୁ ନୀତି ନିୟମ ମାନୁନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ