ପୋଲିସ ଫାଣ୍ଡି ର ନିଜସ୍ଵ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଥାନା ଅଧିନସ୍ଥ ବାଲିପଦର ପୋଲିସ ଫାଣ୍ଡି ର ନିଜସ୍ୱ ଗୃହ ନିର୍ମାଣ ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ଆରାକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଡିସେମ୍ବର ୭ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାପଡିଛି। ୧୯୮୭ ମସିହାରେ ୬୫ ଗୋଟି ଗ୍ରାମକୁ ନେଇ ବାଲିପଦର ଫାଣ୍ଡି ସ୍ଥାପିତ ହୋଇଥିଲା। ବାଲିପଦର ଫାଣ୍ଡି ଆଜି ଯାଏ ଏକ ଭଡା ଘରେ ଚାଲି ଆସୁଥିବା ବେଳେ ବାଲିପଦରର ବୁଦ୍ଧିଜୀବୀ ବୃନ୍ଦଙ୍କ ଅନୁରୋଧ କ୍ରମେ ମାନ୍ୟବର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ହସ୍ତକ୍ଷେପ ଫଳରେ ଦୀର୍ଘ ବର୍ଷ ପରେ ଫାଣ୍ଡି ନିର୍ମାଣ ପାଇଁ ଅନୁଦାନ ଆସିଅଛି। ଗଞ୍ଜାମ ଏସ୍.ପି. ବ୍ରିଜେଶ ରାୟ ବାଲିପଦର-ବୁଗୁଡା ମୁଖ୍ୟ ରାସ୍ତାର ବାଲିପଦର ମାତୃଗିରି ପଥରା ଶଙ୍ଖ ନିକଟରେ ଫାଣ୍ଡି ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଟିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସ.ପି. ଶ୍ରୀ ରାୟ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଭଞ୍ଜନଗର ଏସ.ଡି.ପି.ଓ. ଶୁଭ୍ରାଂଶୁ ଶେଖର ମିଶ୍ର, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ସ୍ବାଇଁ, ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ବୁଗୁଡା ପୋଲିସ ଥାନା ଆଇ.ଆଇ.ସି. ଚିତ୍ତରଞ୍ଜନ ବେହେରା, ବେଲଗୁଣ୍ଠା ପୋଲିସ ଥାନା ଆଇଆଇସି ପ୍ରକାଶ କୁମାର ସାହୁ, ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଆଇଆଇସି ଦିଲ୍ଲୀପ କୁମାର ସ୍ୱାଇଁ, ତାରସିଂ ପୋଲିସ ଥାନା ଆଇଆଇସି ପ୍ରଦୀପ କୁମାର ଦାସ, ଭଞ୍ଜନଗର ପୋଲିସ ଥାନା ଆଇଆଇସି ବିରେନ କୁମାର ଦାସ, ବୁଗୁଡା ପୋଲିସ ଥାନା ଅତିରିକ୍ତ ଆଇଆଇସି ସର୍ମିଷ୍ଠା ପ୍ରଧାନ,ଏବଂ ସମାଜସେବୀ ହରପ୍ରସାଦ ଦାସ, ଖଲି ପରିଡା,ଓ କୈଳାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ। ବାଲିପଦର ପୋଲିସ ଫାଣ୍ଡି ଓଆଇସି ସମୀର କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମାଧବ ଚନ୍ଦ୍ର ଭୋଳ, ସୁଶାନ୍ତ କୁମାର ସେଠୀ, ନାରାୟଣ ସାମନ୍ତରା, ସଂଗ୍ରାମ କେଶରୀ ଗୁରୁ, ପ୍ରଶାନ୍ତ କୁମାର ପ୍ରଧାନ, ଉମା ଶଙ୍କର ନାୟକ, ଇ.ବାଳକୃଷ୍ଣ ଦୋରା, ଡି.ଗୋପାଳ ଆଚାରୀ, ବାଳକୃଷ୍ଣ ବିଷୋୟୀ, ରଙ୍କ ପଲାଇ, ସଞ୍ଜୟ ନାୟକ ଓ ଫାଣ୍ଡିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ