ପୋଲିସ ମାଡରେ ଜଣେ ମୃତ

ନବରଙ୍ଗପୁର (ଯୁଗାଦ୍ଦ ନ୍ୟୁଜ) ନବରଙ୍ଗପୁର ଜିଲ୍ଲା, କୋଡ଼ିଙ୍ଗା ପୋଲିସର ଦାଦାଗିରି ଏବେ ଜଣଙ୍କର ଜୀବନ ନେଇଛି, ଘଟଣାଟି ଘଟିଛି କୋଡ଼ିଙ୍ଗା ଏବଂ ଡାବୁଗାଁ ମଝି ଖୁଟିଗୁଡ଼ା ଗ୍ରାମରେ। ଗତ କାଲି ଅପରାହ୍ନ ୪ଟା ସମୟରେ ଖୁଟି ଗୁଡା ଠାରେ କୁକୁଡ଼ା ଲଢେ଼ଇ ଚାଲୁଥିବା ସମୟରେ କୋଡ଼ିଙ୍ଗା ପୋଲିସ ସେଠାକୁ ଚଢ଼ାଉ କରିଥିଲା ଏବଂ କିଛି ଲୋକଙ୍କୁ ଉଠାଇ ଆଣି ମାଡ଼ ମାରିଥିବା ଅଭିଯୋଗ ହୋଇଛି ଏବଂ ପୋଲିସର ମାଡ଼ରେ ବଡ଼ ପାଞ୍ଜିଆର ଗୁଡା ଗ୍ରାମର ଗବର୍ଦ୍ଧନ ବିନ୍ଧାଣିଙ୍କର ମୃତ୍ୟୁ ହୋଇଛି । ଏନେଇ ମୃତକଙ୍କ ସମ୍ପର୍କୀୟ ମାନେ କୋଡ଼ିଙ୍ଗା ଥାନାରେ ଭଙ୍ଗାରୁଜା କରି ରାସ୍ତା ଅବରୋଧ କରିଥିଲେ । ହେଲେ ପୋଲିସ ମାଡରେ ଆଘାତ ହେଇଥିବା କିଛି ଲୋକ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ମୃତ ଦେହକୁ ପୋଲିସ ଏପର୍ଯ୍ୟନ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର ନ କରି ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ଏବେ ଆଇନ ଶୃଙ୍ଖଳା ହାତକୁ ନେଇ ହତ୍ୟାକାରୀ ସାଜିଥିବା କୋଡ଼ିଙ୍ଗା ପୋଲିସ ଉପରେ ସମସ୍ତଙ୍କ ମନରେ ଏକ ପ୍ରକାର ଅସନ୍ତୋଷ ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ