ପୋଲିସ ମାଡ଼ ପ୍ରତିବାଦରେ ବାଗଡ଼ିଆ ଫାଣ୍ଡି ଘେରାଉ 

ଅନୁଗୋଳ : ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡ଼ିଆ ବଡ଼ଯୋରା ହିଙ୍ଗୁଳାଯାତ୍ରା କମିଟ ସଦସ୍ୟଙ୍କୁ ପୋଲିସ ମାଡ଼ ମାରିବା ପ୍ରତିବାଦରେ ସୋମବାର କମିଟି ପକ୍ଷରୁ ବାଗଡ଼ିଆ ଫାଣ୍ଡି ଘେରାଉ କରାଯାଇଛି।  ମିଳିଥିବା ସୁଚନା ଅନୁସାରେ ଚଳିତ ବର୍ଷ ହିଙ୍ଗୁଳାଯାତ୍ରା ପାଇଁ ଆସନ୍ତା ୧୮ ତାରିଖ ଠାକୁରଙ୍କ ପୂଜା ନିମନ୍ତେ କମିଟି ପକ୍ଷରୁ ରବିବାର ମୁକ୍ତହସ୍ତରେ ଦାନ ସଂଗ୍ରହ କରାଯାଉଥିଲା । ଏହି ସମୟରେ ଛେଣ୍ଡିପଦା ପୋଲିସ ଗାଡ଼ି ଆସି କମିଟି ସଦସ୍ୟଙ୍କୁ ବାରଣ କରିବା ସହିତ ନିସ୍ତୁକ ମାଡ଼ମାରି ସଂଗ୍ରହ ହୋଇଥିବା ଦାନ ପାତ୍ରକୁ ନେଇ ପଳାଇଯାଇଥିଲେ। ପୋଲିସ ମାଡ଼ ମାରିବା ପ୍ରତିବାଦରେ ବାଗଡ଼ିଆ ମା’ ହିଙ୍ଗୁଳା କମିଟିର ସଦସ୍ୟ ଓ ଗ୍ରାମବାସୀ ସୋମବାର ବାଗଡ଼ିଆ ଫାଣ୍ଡି ଘେରାଉ କରିଛନ୍ତି। ଖବର ପାଇ ଛେଣ୍ଡିପଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ