ପୌରପରିଷଦରେ ନବ ନିର୍ବାଚିତ ବିଜେପି କାଉନସିଲର ଓ ପାର୍ଥୀଙ୍କୁ ଜିଲ୍ଲା କାର୍ଯ୍ୟଳୟରେ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ପୌରପରିଷଦରେ ନବ ନିର୍ବାଚିତ ବିଜେପି କାଉନସିଲର ଓ ପାର୍ଥୀଙ୍କୁ ବିଜେପି ଜିଲ୍ଲା କାର୍ଯ୍ୟଳୟରେ ସମ୍ବର୍ଦ୍ଧିତ କରାଯାଇଛି । ସମସ୍ତ ୯ଜଣ ନବନିର୍ବାଚିତ କାଉନସିଲର ଓ ପରାଜିତ ୨୧ ପାର୍ଥୀଙ୍କୁ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୁର୍ବତନ ସଭାପତି ଲମ୍ବୋଦର ନାୟକ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ । ନିର୍ବାଚିତ ପ୍ରତିନିଧି ୧ ନମ୍ବର ୱାର୍ଡ ସସ୍ମିତା ଦାସ, ୩ ନମ୍ବର ୱାର୍ଡ ରୋଜାଲିନ୍ ପାଣୀ, ୧୩ ନମ୍ବର ୱାର୍ଡ ପ୍ରତିମା ବେହେରା, ୧୭ ନମ୍ବର ୱାର୍ଡ ସତ୍ୟ ଶିବ ସୁନ୍ଦର ଦାସ, ୨୦ ନମ୍ବର ୱାର୍ଡ ନିରୁପମା ଦାସ, ୨୧ ନମ୍ବର ୱାର୍ଡ ସୁଚିଶ୍ମିତା ଦାସ, ୨୫ ନମ୍ବର ୱାର୍ଡ ନିତ୍ୟଗୋପାଲ ସିଂ, ୨୮ ନମ୍ବର ୱାର୍ଡ ଗୌରୀ ଦାସ ଓ ୩୦ ନମ୍ବର ୱାର୍ଡ ପ୍ରତିମା ବେହେରା ସମେତ ପରାଜୟ ବରଣ କରିଥିବା ୨୧ ପାର୍ଥୀ ଓ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ସତ୍ୟଜୀତ ମିଶ୍ର, ସୀତାକାନ୍ତ ସ୍ୱାଇଁ ସମେତ ଅନେକ ପ୍ରମୁଖ ନେତୃତ୍ବ ସଭାରେ ଉପସ୍ଥିତ ଥିଲେ I