ପୌରାଞ୍ଚଳ ସ୍ୱଚ୍ଛସାଥୀଙ୍କ ପକ୍ଷରୁ ସଚେତନତା ଶୋଭାଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ପୌରାଞ୍ଚଳ ସ୍ୱଚ୍ଛତା ଅଭିଯାନରେ ସାମିଲ ସ୍ୱଚ୍ଛ ସାଥୀମାନଙ୍କ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଝାଡେଶ୍ୱର ମନ୍ଦିର ନିକଟରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ସାମିଲ ମହିଳାମାନେ ସଚ୍ଛତା ସମ୍ପର୍କିତ ପ୍ଲା’କାର୍ଡ଼ ପ୍ରଦର୍ଶନ ଓ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ । ବିଶେଷ କରି ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା ସ୍ୱଚ୍ଛସାଥୀଙ୍କୁ ସହଯୋଗ କରିବା, ଘରର ଆବର୍ଜନାକୁ ବର୍ଗୀକରଣ ସହ ସ୍ୱଚ୍ଛ ସବାରୀକୁ ଦେବା ପାଇଁ ସେମାନେ ଜନସାଧାରଣଙ୍କୁ ନିବେଦନ କରିଥିଲେ । ସୁବାସିନୀ ପଟ୍ଟନାୟକ, ସସ୍ମିତା ବେହେରା ଓ ମୀନାକ୍ଷୀ ପଣ୍ଡା ପ୍ରମୁଖ ସୁପରଭାଇଜରଙ୍କ ନେତୃତ୍ୱରେ ଆୟୋଜିତ ଏହି ସଚେତନତା ଶୋଭାଯାତ୍ରାରେ ସାନ୍ତ୍ୱନା ବାରିକ, ବାସନ୍ତି ବର୍ଦ୍ଧନ, ଝରଣା ମହାନ୍ତି, ରୀନାରାଣୀ ଖଟୁଆ, ପ୍ରତିଭା ଦାସ, ଲାଲି ବିବି, ସଙ୍ଗୀତା ପାଲିତ, ସୁଜାତା ସାହୁ, ଦମୟନ୍ତୀ ପଣ୍ଡିତ, ଦମୟନ୍ତୀ ମହାପାତ୍ରଙ୍କ ସମେତ ବହୁ ସ୍ୱଚ୍ଛ ସାଥୀ ସାମିଲ ହୋଇଥିଲେ । ଏହି ସଚେତନତା ଶୋଭାଯାତ୍ରା ପୌରଞ୍ଚଳର ୧୭, ୧୮, ୨୨, ୨୩, ୨୭, ୨୮ ଓ ୩୦ନଂ ୱାର୍ଡ଼ ପରିକ୍ରମା କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ