ପୌର ପରିଷଦ ପକ୍ଷରୁ ନେତାଜୀ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ପୌରପରିଷଦ ପକ୍ଷରୁ ବିଶିଷ୍ଟ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀ ସ୍ଥାନୀୟ ଟାଉନହଲ ପରିସରରେ ପାଳିତ ହୋଇଯାଇଛି । ଟାଉନହଲ ପରିସରରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୌରାଧ୍ୟକ୍ଷା ସବିତା ସାହୁଙ୍କ ସମେତ କାଉନସିଲରମାନେ ପୂଷ୍ପମାଲ୍ୟ ଅର୍ପଣ ସହ ତାଙ୍କୁ ମନେ ପକାଇଥିଲେ । ନେତାଜୀଙ୍କ ନୀତି ଓ ଆଦର୍ଶ ଭାରତର ଯୁବ ସମାଜ ପାଇଁ ସବୁଦିନ ପ୍ରେରଣା ହୋଇ ରହିଥିବ ବୋଲି ପୌରାଧ୍ୟକ୍ଷା ସବିତା ସାହୁ କହିଥିଲେ । କାଉନସିଲର ସଞ୍ଜୀବ ଦାସ, ଅମିତ ନାୟକ, କାର୍ତିକ ସାହୁ, ଅନିନ୍ଦ୍ୟ ପଣ୍ଡା, ରାଧାକୃଷ୍ଣ ଦାସ, ରଞ୍ଜିତା ମହାପାତ୍ର, ସସ୍ମିତା ନାଥ, ଗୌରୀ ଦାଶ, ପ୍ରିତିଲତା ସେଠୀ, ରୋଜାଲିନ ପାଣି ପ୍ରମୁଖ କାଉନସିଲରଙ୍କ ସମେତ ପ୍ରଫେସର ଶତୃଘ୍ନ ମଲ୍ଲିକ, ପୂର୍ବତନ କାଉନସିଲର ଚିତରଞ୍ଜନ ପଣ୍ଡା ଓ ଜୟପ୍ରକାଶ ଦାଶ, ସୋନାଲି ସାହା, ଆଶ୍ରିତା ତରେଇ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ