‘ପ୍ରକଳ୍ପ ରକ୍ଷକ’ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା) : ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଗତ ୨୪ ତାରିଖରୁ ବାଲେଶ୍ୱରରେ ଚାଲିଥିବା ସଡ଼କ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଆପାତକାଳୀନ ଚିକିତ୍ସା ସେବା ପ୍ରଦାନ ସମ୍ପର୍କିତ ପ୍ରଶିକ୍ଷଣ କର୍ମଶାଳା ‘ପ୍ରୋଜେକ୍ଟ ରକ୍ଷକ’ ସୋମାବାର ଉଦଯାପିତ ହୋଇଯାଇଛି । ବାଲେଶ୍ୱର ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ଜୋନ ପୁଲିସ ମହା ନିରୀକ୍ଷକ ହିମାଂଶୁ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରାର୍ଥୀଙ୍କୁ ସମ୍ବର୍ଦ୍ଧିତ ପୂର୍ବକ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରୁ ତାଲିମ ନେଇଥିବା ସ୍ୱେଚ୍ଛାସେବୀ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତମ ବ୍ୟକ୍ତିତ୍ୱର କର୍ତ୍ତବ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ଏଥିରେ ପୌରୋହିତ୍ୟ କରିବା ‘ପ୍ରକଳ୍ପ ରକ୍ଷକ’ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କର୍ମଶାଳାରେ ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲାରୁ ରେଡ଼କ୍ରସର ୪୮ଜଣ ଓ ସାଧାରଣ ବର୍ଗର ୬ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ମାଷ୍ଟର ଟ୍ରେନର ଭାବେ ସେମାନେ ପ୍ରଶିକ୍ଷଣ ପାଇ ପରବର୍ତ୍ତୀ ସମୟରେ ସେମାନେ ଅନ୍ୟମାନଙ୍କୁ ବି ତାଲିମ ଦେବେ ବୋଲି ଶ୍ରୀ ଦଳବେହେରା କହିଥିଲେ । ନୂଆଦିଲୀ ‘ଅଟୋମେଟିଭ ସ୍କିଲ ଡେଭେଲୋପମେଣ୍ଟ କାଉନସିଲ’ର ମାଷ୍ଟର ଟ୍ରେନର ଆଦିତ୍ୟ ଚୌଧୁରୀ ଏହି ଉଦଯାପନୀ କା ର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ