ପ୍ରକଳ୍ପ ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

ନାଉଗାଁ(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଅବଦଲପୁରସ୍ଥିତ ଅଙ୍ଗନୱାଡୀ କେନ୍ଦ୍ରରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ବୁଧବାର ପ୍ରକଳ୍ପ ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଅଙ୍ଗନୱାଡୀ କର୍ମୀ ଓ ମହିଳାମାନଙ୍କୁ ନେଇ ଏକ ସଚେତନତା ରାଲି କରାଯାଇଥିଲା । ପରେ ଆୟୋଜିତ ସଭାରେ ମୁଖ୍ୟ ଅତିିଥି ଭାବେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସୁନନ୍ଦନ ମହାନ୍ତି, ସିଡିପିଓ ରାସେଶ୍ୱରୀ ମହାନ୍ତି, ପିଏଚଓ ତୃପ୍ତୀମୟୀ ମହାନ୍ତି, ମିଶନ ଶକ୍ତିର ଅଧିକାରୀ ଶଶାଙ୍କ ଶେଖର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ପିଲା ଜନ୍ମ ଠାରୁ ୬ ମାସ ପର୍ଯ୍ୟନ୍ତ ମା କ୍ଷୀର ଖାଇବା ଉଚିତ । ମା କ୍ଷୀର ଶିଶୁ ଦେହରେ ସମସ୍ତ ପ୍ରକାର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ । ମା କ୍ଷୀରର ବିକଳ୍ପ ନାହିଁ । ମା କ୍ଷୀର ପାନ କରିବା ଦ୍ୱାରା ଶିଶୁର ମାନସିକ, ଶାରୀରିକ,ବୌଦ୍ଧିକ ବିକାଶ ଘଟିଥାଏ । ମା କ୍ଷୀରରେ କୌଣସି କୁତ୍ରିମ ପଦାର୍ଥ ନଥାଏ । ଏହା ଏକ ପ୍ରାକୃତିକ ପଦାର୍ଥ । ୬ ମାସ ପରେ ଶିଶୁକୁ ଅନ୍ୟ ଖାଦ୍ୟ ଦେବା ସହିତ ମା କ୍ଷୀର ଦେବା ମଧ୍ୟ ଆବଶ୍ୟକ । ତେଣୁ ସୁନ୍ଦର ଓ ସୁସ୍ଥ ଶିଶୁ ପାଇବା ପାଇଁ ସମସ୍ତ ମା ଶିଶୁକୁ ସ୍ତନ୍ୟପାନ କରିବା ଜରୁରୀ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପରେ ସୁନ୍ଦର ଶିଶୁ ମାନଙ୍କର ଏକ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ୫ଜଣ ସୁସ୍ଥ ଶିଶୁଙ୍କୁ ବଛା ଯାଇ ସେମାନଙ୍କ ମା’ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡୀ ସୁପରଭାଇଜର, ମହିଳା ସ୍ୱୟଂ ସହାୟୀକା ଦଳର ସଦସ୍ୟାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ