ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଫଳ

ବନ୍ତ(ଯୁଗାଦ୍ଧ ନିଜ୍ୟୁ) : ଭଦ୍ରକ ଜିଲା ବନ୍ତ ବ୍ଲକ ପଳାସ ଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି । ଗତ ମାର୍ଚ୍ଚ ୨୪ ତାରିଖରେ ଚଳିତ ଶିକ୍ଷା ବର୍ଷର ୬ଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଥିଲା । ମୋଟ ୬୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୮୦ ଜଣ ପିଲା ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସାଧାରଣ ବର୍ଗ(ଅଣସଂରକ୍ଷିତ) ୨୮ ଜଣ, ମହିଳା ସାଧାରଣ ବର୍ଗ(ସଂରକ୍ଷିତ) ୨୮ ଜଣ, ଅନୁସୂଚିତ ଜାତି ବର୍ଗ(ଅଣସଂରକ୍ଷିତ) ୧୦ ଜଣ, ଅନୁସୂଚିତ ଜାତି ବର୍ଗ(ସଂରକ୍ଷିତ ମହିଳା) ୧୦ ଜଣ, ଅନୁସୂଚିତ ଜନଜାତି ବର୍ଗ(ଅଣସଂରକ୍ଷିତ) ୨ ଜଣ ଏବଂ ମହିଳା ଅନୁସୂଚିତ ଜନଜାତି ବର୍ଗ(ସଂରକ୍ଷିତ) ୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । ସେହିପରି ସାଧାରଣ ବର୍ଗ(ଅଣସଂରକ୍ଷିତ)ରେ ୬ ଜଣ ଛାତ୍ରଛାତ୍ରୀ ୱେଟିଂ ଲିଷ୍ଟରେ ରହିଥିବାର ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ