ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ

ବନ୍ତ(ଯୁଗାଦ୍ଧ ନିଜ୍ୟୁ) : ଗୁରବାର ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଭଣ୍ଡାରଗଢିଆସ୍ଥିତ ମା’ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ନିଳୋକସ୍ଥିତ ମହାଦେବ ପୋଖରୀରୁ ଶୁଭେନ୍ଦୁ ଜେନା, ଅଭିମନ୍ୟୁ ରାଉତ, ଧନେଶ୍ୱର ନାୟକ କଳସ ଆଣିବା ପରେ ଘଟ ସ୍ଥାପନା କରାଯାଇ ଯଥାରୀତି ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ଉପେନ୍ଦ୍ର ମିଶ୍ର ଓ ନାରାୟଣ ଦ୍ୱିବେଦୀ ପୂଜା କାର୍ଯ୍ୟ ତୁଲାଇଥିଲେ । ଅପରାହ୍ନରେ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା । ଏଥିରେ ଭଣ୍ଡାରଗଢିଆ ଗ୍ରାମର ସମସ୍ତ ଅଧିବାସୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ