ପ୍ରକୃତିର ଚମତ୍କାର ବରଦାନ : ଗୋଟିଏ ନଡ଼ିଆରୁ ତିନୋଟି ଗଛର ଉତ୍ପତ୍ତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସାକ୍ଷୀଗୋପାଳ, ପ୍ରକୃତିର ଏକ ଚମତ୍କାର ବରଦାନ ଦୃଶ୍ୟମାନ ହୋଇଛି । ଉକ୍ତ ଦୁର୍ଲଭ ଘଟଣା ଘଟିଛି ସାକ୍ଷୀଗୋପାଳରେ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ନିରାଟ ସତ୍ୟ । ଗୋଟିଏ ନଡ଼ିଆରୁ ତିନୋଟି ଗଛ ଉତ୍ପତ୍ତି ହେବାର ଦେଖିବାକୁ ମିଳିଛି । ଏହା ହେଉଛି ସାକ୍ଷୀଗୋପାଳ ନିକଟସ୍ଥ ଆଠବାଟିଆ ଗ୍ରାମର ସତ୍ୟ ମହିମା ଆଶ୍ରମରେ । କିଛିଦିନ ପୂର୍ବରୁ ସାଧୁ ଅଗସ୍ତି ଦାସ କିଛି ଭକ୍ତଙ୍କୁ ନେଇ ସେହି ଆଶ୍ରମକୁ ବୁଲିବାକୁ ଯାଇଥିଲେ । ତାଙ୍କର ନଜର ପଡ଼ିଲା ସେହି ଗଛ ଉପରେ । ସେ ଗ୍ରାମର ଭକ୍ତମାନଙ୍କଠାରୁ ପଚାରି ବୁଝିଥିଲେ, ଏହା ନିରାଟ ସତ୍ୟ । ଗୋଟିଏ ନଡ଼ିଆରୁ ତିନିଟା ଗଛ ବାହାରିଛି । ଏହାକୁ ମହିମା ଧର୍ମର ଭକ୍ତ ନାରାୟଣ ଖୁଣ୍ଟିଆ ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ