ପ୍ରକୃତି ବନ୍ଧୁ ସୋମନାଥ ସମ୍ବର୍ଦ୍ଧିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ହରିପୁର ଗ୍ରାମ ର ସୋମନାଥ ଦାଶ ଙ୍କୁ ଚଳିତବର୍ଷ ପ୍ରକୃତି ବନ୍ଧୁ ପୁରସ୍କାର ମିଳିବା ପରେ ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ମାନୀତ କରାଯାଇଛି। ଆଜି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଶ୍ରୀ ଦାଶ ଙ୍କୁ ପ୍ରଶଂସାପତ୍ର ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଶ୍ରୀ ଦାଶ ଭାରତୀୟ ଡାକ ବିଭାଗ ରେ ଚାକିରି କରିଥିଲେ। ଚାକିରି ରୁ ଅବସର ଗ୍ରହଣ କରିବା ପରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ, ମୃତ୍ତିକା ସଂରକ୍ଷଣ କାର୍ଯ୍ୟ ରେ ସର୍ବଦା ନିଜକୁ ନିୟୋଜିତ ରଖିଛନ୍ତି।ନିମାପଡ଼ା – ପିପିଲି ମୁଖ୍ୟ ରାସ୍ତା ର ହରିପୁର ଗାଁ ଭାର୍ଗବୀ ନଦୀ କୂଳରେ ଥିବା ବିଶେଶ୍ୱରୀ ଠାକୁରାଣୀ ପୀଠ ପରିସର ରେ ବ୍ୟାପକ ବୃକ୍ଷ ରୋପଣ କରିବା ସହିତ ତାଙ୍କ ପ୍ରଚେଷ୍ଟା ରେ ନଦୀ ପଠା ରେ ସୁରକ୍ଷା ପ୍ରାଚୀର ନିର୍ମାଣ ହୋଇ ପାରିଛି। ଦେବୀ ପୀଠ କୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ସ୍ଥାନ ଟିକୁ ସରସ ସୁନ୍ଦର କରି ପାରିଛନ୍ତି। ତାଙ୍କ ର ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଚଳିତ ବର୍ଷ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯିବା ସହିତ ନଗଦ ୧୦ ହଜାର ଟଙ୍କା ମିଳିଛି। ଶ୍ରୀ ଦାଶ ଙ୍କୁ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଓ ସଙ୍ଗଠନ ଶୁଭେଛା ଜଣାଇବା ସହିତ ସମ୍ମାନୀତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ