ପ୍ରକୃତି ରାଣୀ କାନ୍ଦୁଛି

ସମାଜ ପ୍ରକୃତିର କମନୀୟ ବହ୍ଲରି ହେଲେ ପରିବେଶ ହେଉଛି ଏକ ହୃଦୟଗ୍ରାହୀ କୁସୁମ ଯାହା ଅକାତରେ ଵିତରଣ କରିଥାଏ ଅମିୟ ସୁବାସ | ଆଜିର ସମାଜ ପ୍ରକୃତି ପାଇଁ ଯତ୍ନଶୀଳ ନୁହେଁ |ପରିବେଶ ଆଜି ଅଦରକାରୀ ଭାବରେ ଜନ ମଣ୍ଡଳ କୁ ବିକଳ ଦୃଷ୍ଟିରେ ଚାହିଁ ରହିଛି |”ସ୍ୱଚ୍ଛ ଅଭିଯାନ “ଶବ୍ଦ କୁ ଲୋକ ବୁଝିବାକୁ ଅସମର୍ଥ ଓ ଜଙ୍ଗଲ କାଟି ଲୋକ କଂକ୍ରିଟ ଅଟାଳିକା ଛିଡା କରୁଥିବା ବେଳେ ପ୍ରକୃତି ର ଦାନ ଦେଇଥିବା ପ୍ରାକୃତିକ ଜିନିଷକୁ ଲୋକେ ମାନିବାକୁ ପ୍ରସ୍ତୁତ ନୁହନ୍ତି |ଜଳ, ସ୍ଥଳ, ଵାୟୁ ମଣ୍ଡଳ ଆଦି ଅସ୍ଥିତ୍ୱ ହରାଇବସିଛି |ପ୍ରକୃତି ର ଅପଭ୍ରଂଶ ପାଇଁ ଜନସଂଖ୍ୟା ବୃଦ୍ଧି ପାଉଛି|ପ୍ରଧାନ କାରଣ ହେଉଛି ଜନସଂଖ୍ୟା ପାଇଁ ଜମି ଓ ଜଙ୍ଗଲ ହ୍ରାସ ପାଉଛି, ବାସଭବନ ନିର୍ମାଣ ହେଉଛି କୃଷି ସଭ୍ୟତା ର ଅବକ୍ଷୟ ଘଟୁଛି |ଆଜି ଲୋକ ବଞ୍ଚିବା ପାଇଁ ଅମ୍ଲଜାନ କିଣୁଛି କିନ୍ତୁ ପ୍ରକୃତ ଅମ୍ଳଜାନ ତିଆରି କରୁଥିବା ମୂଳ ବସ୍ତୁର ମୂଲ୍ୟ ଆଜିଯାଏ ବୁଝୁନାହିଁ ଯାହା ଆଜି ମୋ କଲମ ମୁନରେ ବଖାଣିବାକୁ ବାଧ୍ୟ କରୁଛି|”ସେ କାଁହୁ ବୁଝିବ ପରିବେଶ ଭାଷା’ ଅର୍ଥ ଉପାର୍ଜନେ ଯାର ମନ ସେ କାଁହୁ କରିବ ତାହାରି ଯତନ ଯାହା ପ୍ରକୃତିର ବର ଦାନ,
ଯାହା ଆଜି କଳକାରଖାନା ର ଅଦରକାରୀ ପଦାର୍ଥ ଧୂଁଆ ପୁଷ୍କରିଣୀ ଓ କେନାଲ ଆଦିରେ ମିଶୁଛି |ଏଥିରୁ ନିର୍ଗତ ଧୂଁଆ ଯାହା ବାୟୁ ମଣ୍ଡଳ ର କାର୍ବନ ଡାଇଅକ୍ସାଇଡ ର ପରିମାଣ ବଢ଼ିଯାଇ ଓଜନ ସ୍ତରର ଘୋର କ୍ଷତି ଘଟାଉଛି |ଧାତବ ଅଂଶ ଜଳରେ ମିଶିବା ଦ୍ୱାରା ଜଳ ପ୍ରଦୂଷିତ ହେଉଛି |ଶିଳ୍ପର ଦ୍ରୁତ ପ୍ରସାରଣ, ଜନସଂଖ୍ୟା ବିସ୍ତରଣ, ମାରଣାସ୍ତ୍ର ପ୍ରୟୋଗ, ଅରଣ୍ୟ ସମ୍ପଦର କ୍ଷୟ ଓ ବହୁଳ ଯାନବାହାନ ଚଳା ଚଳ କୀଟନାଶକ ଔଷଧ ର ପ୍ରୟୋଗ ଇତ୍ୟାଦି ଯୋଗୁଁ ପରିବେଶ ଦୂଷିତ ହେବାରେ ଲାଗିଛି |ଏହାର ନିରାକରଣ ନିମନ୍ତେ ବିଭିନ୍ନ ରାଷ୍ଟ୍ରମାନେ ମଧ୍ୟ ଉଦବେଗ ପ୍ରକାଶ କରୁଛନ୍ତି| ପ୍ରଦୂଷଣ ରୁ ମୁକ୍ତ ହେବା ଆମ ମାନଙ୍କ କର୍ତବ୍ୟ |ପରିବେଶ ହେଉଛି ପ୍ରକୃତି ର ଯୋଗ୍ୟ ସନ୍ତାନ ,ପରିବେଶ ଖରାପ ହେଲେ ପ୍ରକୃତି ଆପେ ଆପେ ଧ୍ୱଂସ ପାଇଯିବ| ଆଜିର ପରିବେଷ କୁ କୋଳରେ ଶୁଆଇ ପ୍ରକୃତି ରାଣୀ ଗୁମୁରି ଗୁମୁରି କାନ୍ଦୁଛି |ଯାହା ଆଜିର ଲୋକଙ୍କ ହୃଦୟ କୁ ଛୁଇଁ ପାରୁନାହିଁ |

ରାଜଶ୍ରୀ ତ୍ରିପାଠୀ
ତିର୍ତ୍ତୋଲ ଜଗତସିଂହପୁର

tripathyrajashree66@gmail.com

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ