ପ୍ରଖ୍ୟାତ ଜ୍ୟୋତିଷ ବିଶାରଦ ପଣ୍ଡିତ ବାଇକୋଳି ମହାପାତ୍ର ଙ୍କ ୧୧୪ ତମ ଜୟନ୍ତୀ ପାଳିତ
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ବାଲୁଙ୍କେଶ୍ବରପୁର ଗାଁ ରେ ଜନ୍ମିତ ଓଡ଼ିଶାର ପ୍ରଖ୍ୟାତ ଜ୍ୟୋତିଷ ବିଶାରଦ ପଣ୍ଡିତ ବାଇକୋଳି ମହାପାତ୍ର ଙ୍କ ୧୧୪ ତମ ଜୟନ୍ତୀ ଆଜି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ଉତ୍ସବ ରେ ଶିକ୍ଷକ ପ୍ରଭାତ କୁମାର ମିଶ୍ର ସଂଯୋଜନା କରିଥିବା ବେଳେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଜୟନ୍ତୀ ଉତ୍ସବ କୁ ଉଦଘାଟନ କରିଥିଲେ । ଖଲ୍ଲିକୋଟ ଏନଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଦୈତାରି ବେହେରା, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ରମ୍ଭା ଏନଏସି ର ପୂର୍ବତନ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଜଗନ୍ନାଥ ପ୍ରସାଦ ଅଞ୍ଚଳ ର ବିଶିଷ୍ଟ ଜ୍ୟୋତିର୍ବିଦ ପଣ୍ଡିତ ଅନନ୍ତ ପ୍ରସାଦ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ବର୍ଗତ ବାଇକୋଳି ମହାପାତ୍ର ଙ୍କୁ ଜଣେ ଯୋଗଜନ୍ମା ପୁରୁଷ ବୋଲି କହିଥିଲେ ।ସେ ଜ୍ୟୋତିଷ ଗଣନା ଦ୍ବାରା ଯାହା ଭବିଷ୍ୟ ବାଣୀ କରୁଥିଲେ ତାହା ଅକ୍ଷରେ ଅକ୍ଷରେ ସତ ହେଉଥିଲା ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିବା ସହ ପଣ୍ଡିତ ବାଇକୋଳି ଙ୍କ ନାମରେ ବ୍ରହ୍ମପୁର ଠାରେ ଏକ ପ୍ଲାନେଟରୀୟମ ପ୍ରତିଷ୍ଠା କରିବା ପାଇଁ ଦାବୀ କରିଥିଲେ ।ଏନଏସି ଅଧ୍ୟକ୍ଷ ନିରଞ୍ଜନ ବେହେରା ସ୍ବର୍ଗତ ବାଇକୋଳି ଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଖଲ୍ଲିକୋଟ ବସଷ୍ଟାଣ୍ଡ ଠାରେ ଖୁବଶୀଘ୍ର ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ ।ପଣ୍ଡିତ ଅନନ୍ତ ପ୍ରସାଦ ତ୍ରିପାଠୀ ଙ୍କୁ ଚଳିତ ବର୍ଷ ର ବାଇକୋଳି ସମ୍ମାନ ପ୍ରଦାନ କରାଯାଇଥିଲା ।ପଣ୍ଡିତ ବାଇକୋଳି ଙ୍କ ପୁତ୍ର ଡାକ୍ତର ହର ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବାଇକୋଳି ସ୍ମୃତି ପରିଷଦ ର ସମ୍ପାଦକ ଡକ୍ଟର ଜଗଦୀଶ ଚନ୍ଦ୍ର ପାଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ବକୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ବିଜେଡି ମହିଳା ସଭାପତି ମିତାଞ୍ଜଳି ମିଶ୍ର, ପୂଜ୍ୟ ପୂଜା ସାହିତ୍ୟ ସଂସଦ ର ସମ୍ପାଦକ ମହେଶ୍ବର ବରାଡ଼, ପ୍ରବଚକ ଜ୍ଞାନାନନ୍ଦ ସାଗର, ଆର୍ଟ କଲେଜ ର ଅଧ୍ୟକ୍ଷ ସୁବ୍ରତ ମଲ୍ଲିକ ଓ ଅବସର ପ୍ରାପ୍ତ ଅଧ୍ୟାପକ ପଞ୍ଚାନନ ସୁର ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଗଞ୍ଜାମ ଅଞ୍ଚଳ ର ବିଶିଷ୍ଟ ଜ୍ୟୋତିର୍ବିଦ ତଥା ରାଧା ରମଣ ପଞ୍ଜିକା ର ଗଣକ ପଣ୍ଡିତ ନରସିଂହ ଶତପଥୀ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।


