ପଦ୍ମନାଭପୁରରେ ବ୍ଳକ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଯାପିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ଖେଳ ପଡିଆ ଠାରେ ଦୁଇଦିନିଆ ବ୍ଳକସ୍ତରୀୟ କ୍ରୀଡା ମହୋତ୍ସବ ଶନିବାର  ଉଦଯାପିତ ହୋଇଯାଇଛି । ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କ୍ରୀଡା ଉତ୍ସବର ଉଦଘାଟନୀ ଦିବସରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର ଯୋଗ ଦେଇଥିବା ବେଳେ ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ ଉଦଯାପନୀ ଉତ୍ସବରେ ଅତିଥିଭାବେ ଯୋଗଦାନ କରିଥିଲେ । ସେହିପରି ସହକାରୀ ଶିକ୍ଷା ଅଧିକାରୀ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ ସମେତ ହାଇସ୍କୁଲ ପରିଚାଳନା କମିଟି ସଭାପତି ବି . କ୍ରିଷ୍ଣାରାଓ ସୁବୁଦ୍ଧି ,  ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା କବି , ପୂର୍ବତନ ଜିଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥିଲେ । ଉଦଯାପନୀ ଦିବସରେ ବ୍ଳକ ଅଧିନସ୍ଥ ବିଭିନ୍ନ ସରକାରୀ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ଛାତ୍ରୀ ଛାତ୍ର ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରି  କୃତିତ୍ବ ହାସଲ କରିଥିଲେ। ଅତିଥିବୃନ୍ଦ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କ୍ରୀଡା  ମହୋତ୍ସବକୁ ନୂତନ ପେନସନ ଯୋଜନା ଭୁକ୍ତ ବ୍ଲକ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ଗୈାଡ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତ ଲତା ମହାରଣା , ପଦ୍ମନାଭପୁର କ୍ଳଷ୍ଟର ସିଆରସିସି ବଳରାମ ବେହେରା , କ୍ରୀଡା ଶିକ୍ଷକ ଶୁକୁରୁ ରେଡ୍ଡୀ , ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ ପ୍ରଧାନ ପରିଚାଳନା କରିବାରେ ମୁଖ୍ୟ ଦାୟିତ୍ଵ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ଏମ୍ . ଗୈାରାଙ୍ଗ , ଶସ୍ମିତା ପ୍ରଧାନ ଙ୍କ ସମେତ ସମସ୍ତ ସିଆରସିସି , ୩୪ ଟି ବିଦ୍ୟାଳୟର କ୍ରୀଡା  ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିବା ବେଳେ ଏନ୍ ସି ସି ଓ ସ୍କାଉଟ ଟିମ୍ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ