ପ୍ରଚଣ୍ଡ ବହୁମତ ପରେ ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ପ୍ରଚଣ୍ଡ ବହୁମତ ସହିତ ପୁନର୍ବାର କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇଥିବା ବେଳେ ଦିଲ୍ଲୀର ଜନତାଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅପରାହ୍ନ ୩ଟା ୩୦ ସୁଦ୍ଧା ଆପ୍‌ର ପ୍ରାର୍ଥୀ ୨୫ଟି ଆସନରେ ବିଜୟୀ ହୋଇଥିବା ବେଳେ କେଜ୍ରିଓ୍ବାଲ ପ୍ରେସ୍‌ ମିଟ୍‌ କରି ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଜେପି ୭ଟି ଆସନରେ ଆଗୁଆ ରହିଥିବା ବେଳେ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଦିଲ୍ଲୀର ପୁଅକୁ ଦିଲ୍ଲୀବାସୀ ଜିତାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ବୋଲି କେଜ୍ରିଓ୍ବାଲ କହିଥିଲେ । ଏହି ପ୍ରେସ୍‌ମିଟ୍‌ରେ ଦିଲ୍ଲୀ ବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସନ୍ଧ୍ୟାରେ ଆପ୍‌ କାର୍ଯ୍ୟାଳୟରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ରୋଡ୍‌ ଶୋ ସମ୍ପର୍କରେ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ