ପ୍ରଚଳନ ହେଲା ନୂଆ ପାଞ୍ଜି
ନିମାପଡା (ସନ୍ତୋଷ ବିଷୋୟୀ ): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି l ଓଡ଼ିଆ ଘରର ପାରମ୍ପରିକ ପ୍ରଥାନୁସାରେ ଆଜିଠାରୁ ନୂଆପାଞ୍ଜି ର ପ୍ରଚଳନ ଆରମ୍ଭ ହୋଇଛି l ଦୋଳପୁର୍ଣିମା ଦିନ ଦୋଳବେଦୀ ଠାରେ ନୂଆପାଞ୍ଜି ଦୋଳ ଗୋବିନ୍ଦଙ୍କ ଠାରେ ପୂଜା ଲାଗି କରାଯାଇ ପାଠ କରାଯାଇଥିଲା l ସାଧାରଣଲୋକ ବର୍ଷକର ଭଲ, ମନ୍ଦ, ପାଣିପାଗ, ଶୁଭ ଦିନ, ବିଭିନ୍ନ ପର୍ବପର୍ବାଣୀ ସମ୍ପର୍କ ରେ ଜାଣି ପାରିଥିଲେ l ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ନୂଆପାଞ୍ଜି ର ପ୍ରଚଳନ ଆରମ୍ଭ ହୋଇଛି l ତେବେ ଏକାଧିକ ପାଞ୍ଜି ରାଜ୍ୟ ରେ ପ୍ରଚଳନ ହେଉଥିବାବେଳେ ସମୟ ସମୟରେ ଗୋଟିଏ ପର୍ବ କୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳୁଛି l ଏହି ଘଟଣା କୁ ରାଜ୍ୟ ବ୍ରାହ୍ମଣ ପରିଷଦ ନିନ୍ଦା କରିବା ସହିତ ସମସ୍ତ ପାଞ୍ଜିକାର ଗଣନାକାର ଜ୍ୟୋତିଷ ପାଞ୍ଜି ପ୍ରଚଳନ ପୂର୍ବରୁ ଏକତ୍ର ହୋଇ ଶୁଦ୍ଧ ଭାବେ ପର୍ବପର୍ବାଣି ଗୁଡିକର ନିର୍ଦିଷ୍ଟ ଦିନ ଠିକକରି ପାରିଲେ ଲୋକମାନେ ଆଉ ଦ୍ଵନ୍ଦ ରେ ପଡନ୍ତେନାହିଁ ବୋଲି ମତ ପ୍ରକାଶ କରିଛି l