ପ୍ରଚାରକୁ ଓହ୍ଲାଇଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ
କାକଟପୁର (ଜୁଗାବ୍ଦ ନ୍ୟୁଜ୍): କାକଟପୁର ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସ ସୋମବାର ପ୍ରଚାରକୁ ଓହ୍ଲାଇଛନ୍ତି । ପ୍ରଥମେ ଶ୍ରୀ ଦାସ ଓଡ଼ିଆ ପାରମ୍ପରିକ ଧୋତି ପିନ୍ଧି ମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ୭ନଂ ଜୋନ୍ର କାକଟପୁର, ଓଥକା, କୁଣ୍ଢେଇ, ଜଳେଶ୍ୱରପଡା, ସୁହାଣପୁରରେ ବାଇକ୍ ରାଲିରେ ଯୋରଦାର ପ୍ରଚାର କରିଥିଲେ । ଦଳୀୟ କର୍ମୀମାନେ ଯୁବନେତା ବିଶ୍ୱ ଭୂଷଣ ଦାସଙ୍କୁ ହାତ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ରାଜକିଶୋର ସାହୁ, ମାଧବା ନନ୍ଦ ସାହୁ, କାକଟପୁର ପଞ୍ଚାୟତ କଂଗ୍ରେସ ସଭାପତି, ୬ନଂ ଜୋନ୍ ସଭାପତି ଅବଧୁତ ସ୍ୱାଇଁ, ପ୍ରଦୀପ୍ତ କୁମାର ଦିକ୍ଷିତ୍, ସୌମ୍ୟକାନ୍ତ ଖୁଣ୍ଟିଆ, ଉତ୍ତମ ନାୟକଙ୍କ ସମେତ ୫୦୦ରୁ ଊଦ୍ଧ୍ୱର୍ କର୍ମୀ ୭ନଂ ଜୋନ୍ ପରିକ୍ରମା କରିଥିଲେ ।