ପ୍ରଚାରକ ଅନନ୍ତ ମିଶ୍ରଙ୍କ ସ୍ଳୃତିଚାରଣ

ପୁରୀ (ଜୁଗାବ୍ଦ ନ୍ୟୁଜ୍‍): ସତ୍ୟବାଦୀ ଦାସଙ୍କ ସଭାପତିତ୍ୱରେ ପ୍ରଚାରକ ଅନନ୍ତ ମିଶ୍ରଙ୍କ ସୃ୍ୁତି ଚାରଣ ସଭା ରବିବାର ପଞ୍ଚସଖା ସୃ୍ତି ପାଠଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିବାପରେ ମୁଖ୍ୟ ଅତିଥି ଡ. ହରିହର ରଥ ଅନନ୍ତ ମିଶ୍ର ପଞ୍ଚସଖାଙ୍କ କଥା ଲୋକଙ୍କ ପାଖରେ ପହଞ୍ଚାଇ ପାରୁଥିଲେ ବୋଲି କହିଥିଲେ । ପହ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ନିଜସ୍ୱ ମତ ରଖିବା ସହ ଅନନ୍ତ ମିଶ୍ର ପରି ହେବାକୁ ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ କବି ଶଙ୍କର ପରିଡ଼ା, ଅତିଥି ଭାବେ ହରିହର ହୋତା, ଶରତ ଚନ୍ଦ୍ର ରଥ, ଡ. ଅଭିମନ୍ୟୁ ବରାଳ ପ୍ରମୁଖ ଯୋଗ ଦେଇଥିଲେ । ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ. ହରିହର ମିଶ୍ର, ଡ, ଅଭିମନ୍ୟୁ ବରାଳ, ଡ. ରମେଶ ଚନ୍ଦ୍ର ପତ୍ରୀ, ଡ. ଯୁଗଳ କିଶୋର ଷଡଙ୍ଗୀ, ଡ. ସୁନାମଣି ରାଉତ, ବଟକୃଷ୍ଣ ଓଝା, ବୀରେନ୍ଦ୍ର ମହାନ୍ତି, ଉମେଶ ଚନ୍ଦ୍ର ଦାସ ଓ ଅନିଲ ଚନ୍ଦ୍ର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଆୟୋଜିତ କବିତା ପାଠ ଉତ୍ସବରେ ପ୍ରାୟ ୨୦ କବି ସ୍ୱରଚିତ କବିତା ପାଠ କରିଥିଲେ । କବିମାନଙ୍କୁ ସ୍ୱାଗତ କରିଥିଲେ ବାଳକୃଷ୍ଣ ଜେନା । ଆଇନଜୀବୀ ଅଞ୍ଜନ ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଧନ୍ୟବାଦ ଦେଇଥିଲେ ଦିଗମ୍ବର ରଥ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ