ବିରାଡ଼ି ଭଳି ଜୀବନ ଅତିବାହିତ କରୁଛନ୍ତି ୨୦ ବର୍ଷୀୟ “ନାନା’

ବିଶେଷକରି ଯୁବତୀମାନେ ପୋଷା ଭାବେ ବିରାଡ଼ି ରଖିବାକୁ ଭଲ ପାଇଥାନ୍ତି । ହେଲେ ନରୱେର ଜଣେ ଯୁବତୀ ବିରାଡ଼ିକୁ ପସନ୍ଦ କରି ନିଜ ଜୀବନଶୈଳୀକୁ ମଧ୍ୟ ଅନୁରୂପ କରି ଦେଇଛନ୍ତି । ସେ ହେଲ ନାନା । ଏବେ ତାଙ୍କୁ ୨୦ ବର୍ଷ । ନାନାଙ୍କ ଚାଲି ଚଳନ ସାଙ୍ଗକୁ ବ୍ୟବହାର ଠିକ୍ ବିଲେଇ ଭଳି । ସାଙ୍ଗମାନଙ୍କ ସହ ସେ ବିଲେଇ ଭଳି ଶବ୍ଦ କରି କଥା ମଧ୍ୟ ହୋଇଥାନ୍ତି । ନାନାଙ୍କୁ ୧୬ ବର୍ଷ ହୋଇଥିବା ବେଳେ ସେ ନିଜ ଭିତରେ କିଛି ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରିଥିଲେ । ତାଙ୍କୁ ବିରାଡ଼ି ଭଳି ରହିବାକୁ ଇଚ୍ଛା ହୋଇଥିଲା । ଏବେ ଦିନକୁ ଦିନ ଏହି ପ୍ରବୃତ୍ତି ବଢ଼ିବାରେ ଲାଗିଛି । ଅନ୍ୟମାନଙ୍କ ତୁଳନାରେ ନାନାଙ୍କ ଶୁଙ୍ଘିବା ଶକ୍ତି ଅଧିକ । ପାଣିକୁ ଦେଖିଲେ ସେ ଚିଡ଼ି ଉଠନ୍ତି । ଏପରିକି ତାଙ୍କୁ ଅନ୍ଧାରରେ ଭଲ ଭାବେ ଦେଖାଯାଇଥାଏ । ନାନାଙ୍କ ପିତାମାତା ତାଙ୍କୁ ସାଇକୋଲୋଜିଷ୍ଟଙ୍କୁ ଦେଖାଇଥିଲେ । ସେ ଏଭଳି ସ୍ଥିତିରୁ ବାହାରିପାରିବେ ବାଲି ଡାକ୍ତର କହିଥିଲେ । ହେଲେ ନାନା ଏଭଳି ଜୀବନ ଅତିବାହିତ କରିବାକୁ ଚାହୁଁଥିବାରୁ ସମସ୍ତେ ନିରୂପାୟ ହୋଇଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ