ରାସ୍ତା ଜବର ଦଖଲକୁ ନେଇ ତହସିଲ ଘେରିଲେ ଗ୍ରାମବାସୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ତହସିଲ ଅଧିନସ୍ଥ ଶିବନାରାୟନପୁର ଗ୍ରାମରେ ରାସ୍ତା ଜବର ଦଖଲକୁ ନେଇ ତହସିଲ ଘେରିଛନ୍ତି ଗ୍ରାମବାସୀ। ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମର ଖାତା ନଂ ୫୦୧ ପ୍ଲଟ ନଂ – ୨୮୫୫/୨୮୫୬ କିସମ ଗ୍ରାମ୍ୟ ରାସ୍ତା ହୋଇଥିଲା ବେଳେ ଗ୍ରାମବାସୀ ମାନେ ହଳ ବଳଦ ଧରି ଏହି ରାସ୍ତାରେ ନିଜ ନିଜ ଚାଷଜମି କୁ ଯାଇଥାନ୍ତି। କିଛି ମୁଷ୍ଟିମେୟ ବ୍ୟକ୍ତି ଏହି ରାସ୍ତା କୁ ଜବର ଦଖଲ କରିଥିବା ବେଳେ ଏବେ ଜନୈକ ବ୍ୟକ୍ତି ସ୍ଥାୟୀ ଗୃହ ନିର୍ମାଣ କରୁଛନ୍ତି। ଫଳରେ ଏହି ରାସ୍ତା ଦେଇ ଚାଷଜମି କୁ ଯିବା ଆସିବା କରିବା ଅସମ୍ଭବ ହୋଇ ପଡିଛି ବୋଲି ମଦନ ମୋହନ ବେହେରା, ପଦ୍ମଲୋଚନ ବେହେରା, ଗୌରାଙ୍ଗ ମହାନ୍ତି, ଜଟାଧାରୀ ବେହେରା, ମିନହାରୀ ପ୍ରଧାନ, ଅଭୟ ମହାନ୍ତି, ନନ୍ଦ କିଶୋର ଜେନା, ଅଶୋକ କୁମାର ମହାନ୍ତି, ପ୍ରମୋଦ ପାଲ, ଗୋଲେଖ ମହାନ୍ତି, ଆଦିକନ୍ଦ ଓଝା, ହଳଧର ବେହେରା ପ୍ରମୁଖ ଅଭିଯୋଗ କରି ତହସିଲ ଘେରାଉ କରିବା ସହିତ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତହସିଲଦାର ଗ୍ରାମବାସୀ ଙ୍କ ଅଭିଯୋଗ ଗ୍ରହଣ କରିବା ପରେ ବଞ୍ଚୋ ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ