ପ୍ରଥମ ପର୍ଯ୍ୟାୟ ଭୋଟକୁ ନେଇ ମତ ରଖିଲେ ରାହୁଲ

ଗୁରୁବାର ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ଆରମ୍ଭ ହେବା କ୍ଷଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶବାଦୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ବିଟ୍‌ କରିଛନ୍ତି। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବା ସହ ଦେଶବାସୀ ବୁଦ୍ଧିମତ୍ତାର ସହ ଭୋଟ ଦେଇ ନିଜର ମତାଅଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି।

୨୦୧୪ ନିର୍ବାଚନରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଏଯାଏ ପୂରଣ କରି ନାହିଁ ବୋଲି ରାହୁଲ ଅଭିଯୋଗ କରିବା ସହ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ୨ କୋଟି ନିଯୁକ୍ତି ନାହିଁ, ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଲାନି, ଭଲ ଦିନ ଆସିଲାନି। ଏହା ସତ୍ବେ ବିମୁଦ୍ରାକରଣ କରାଗଲା, କୃଷକଙ୍କୁ ପ୍ରତାରଣା, ଗବର ସିଂହ ଟ୍ୟାକ୍ସ, ରାଫେଲ ମିଥ୍ୟା, ହିଂସା, ଘୃଣା, ଭୟ ସୃଷ୍ଟି କରାଗଲା। ଆପଣମାନେ ବୁଦ୍ଧିମତ୍ତାର ସହ ଭାରତର ଆତ୍ମା ପାଇଁ ଭୋଟ ଦିଅନ୍ତୁ ବୋଲି ରାହୁଲ ଟ୍ବିଟ୍‌ରେ ଲେଖିଛନ୍ତି। ବିଜେପି ନେତୃତ୍ଵାଧୀନ ସରକାର ଗରିବ, କୃଷକ ଏବଂ ଯୁବଗୋଷ୍ଠୀଙ୍କୁ ଅବହେଳା କରିଛି ବୋଲି ରାହୁଲ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ