ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିଦେଲେ ଗୁଲ୍ ପନାଗଙ୍କ ପୁଅ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ୍ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହନ୍ତି । ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ସେ ଟ୍ୱିଟରରେ ଭିଡିଓ ଶେଆର୍ କରନ୍ତି । ବେଳେ ବେଳେ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଟିପ୍ସ ବି ସେ ଦିଅନ୍ତି । ତା’ସହିତ ବେଳେ ବେଳେ ଅତିସାଧାରଣ କଥା, ଯାହା ତାଙ୍କୁ ପସନ୍ଦ ଆସେ, ସେଗୁଡ଼ିକୁ ମଧ୍ୟ ସେ ଶେଆର୍ କରନ୍ତି । ଏମିତି ଏକ ଭିଡିଓ ସେ ଅକ୍ଟୋବର ୧୬ ତାରିଖରେ ଶେଆର କରିଥିଲେ । ସେ ବଲିଉଡ୍ ଅଭିନେତ୍ରୀ ଗୁଲ୍ ପନାଗଙ୍କ ପୁଅ ନିହାଲଙ୍କର ଏକ ଭିଡିଓକୁ ଶେଆର୍ କରି ତାଙ୍କୁ ଆଶୀର୍ବାଦ ଦେଇଥିଲେ ।
ଗୁଲ୍ ପନାଗ ଏକ ଭିଡିଓ ଟ୍ୱିଟରରେ ଶେଆର୍ କରିଥିଲେ । ଏଥିରେ ସେ ଓ ତାଙ୍କ ପୁଅ ଥିଲେ । ଭିଡିଓରେ ଗୁଲ୍ ପନାଗ ତାଙ୍କ ପୁଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଏକ ପତ୍ରିକା ଦେଖାଇ ଇଏ କିଏ ବୋଲି ପଚାରୁଛନ୍ତି । ତା’ପରେ ନିହାଲ କହୁଛନ୍ତି, ମୋଦି । ତା’ପରେ ଗୁଲ୍ ତାଙ୍କୁ କହୁଛନ୍ତି, ମୋଦି ନୁହେଁ ମୋଦିଜୀ । ଏହି ଭିଡିଓ ଶେଆର୍ କରି ଗୁଲ୍ ଲେଖିଥିଲେ ଯେ ଏବେ ତାଙ୍କ ପୁଅ ମୋଦିଜୀଙ୍କୁ ପତ୍ରିକା ଓ ଖବରକାଗଜରେ ଦେଖି ଚିହ୍ନି ପାରୁଛି ।
ଗୁଲ୍ ପନାଗଙ୍କ ଏହି ଭିଡିଓକୁ ରି-ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ, “ବହୁତ ସୁନ୍ଦର । ଛୋଟ ନିହାଲକୁ ମୋର ଆର୍ଶୀବାଦ ଦେବ । ମୁଁ ନିଶ୍ଚିତ ଯେ ଆପଣଙ୍କ ମଧ୍ୟରେ ସେ ଜଣେ ବଢ଼ିଆ ଗୁରୁ ଓ ମାର୍ଗଦର୍ଶକ ପାଇବେ ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ