ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ସେବା ପକ୍ଷ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):୧୭ ସେପ୍ଟେମ୍ବର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୧୫ ଦିନ ବ୍ୟାପୀ ସେବା ପକ୍ଷ ପାଳନ କରିବା ପାଇଁ କେନ୍ଦ୍ରୀୟ ସିଦ୍ଧାନ୍ତ ଅନୁଯାୟୀ ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସେବା ପକ୍ଷର ରୂପରେଖ ବାବଦରେ ପ୍ରାକ୍ ପ୍ରସ୍ତୁତି କରିଥିଲେ। ୧୭ ସେପ୍ଟେମ୍ବର ରୁ ଗାନ୍ଧୀ ଜୟନ୍ତୀ ୦୨ ଅକ୍ଟୋବର ପର୍ଯ୍ୟନ୍ତ ଜିଲ୍ଲାରେ ସର୍ବତ୍ର ବିଭିନ୍ନ ଲୋକାଭିମୁଖୀ ସେବା ମୂଳକ କାର୍ଯ୍ୟକ୍ରମ ମାନ କରାଯିବ ବୋଲି ସଭାପତି ଶ୍ରୀ ମହାପାତ୍ର କହିଛନ୍ତି। କାର୍ଯ୍ୟକ୍ରମ ମଧ୍ୟରେ ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ବୃକ୍ଷ ରୋପଣ, ପ୍ରଦର୍ଶନୀ, ସ୍ବଚ୍ଛତା ଅଭିଯାନ, ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଲୋଚନା ଚକ୍ର, ଅମୃତ ସରୋବର ମାନଙ୍କରେ ବିଶେଷ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟିକରଣ, ଏକ ଭାରତ ଶ୍ରେଷ୍ଠ ଭାରତ ଯୋଜନା ଅନ୍ତର୍ଗତ ପଡୋଶୀ ତେଲେଙ୍ଗାନାର ରାଜ୍ୟର ସାଂସ୍କୃତିକ, ସାମାଜିକ, ବେଶଭୂଷା, ଖାଦ୍ୟପେୟ ଇତ୍ୟାଦିର ଆଲୋଚନା ଓ ଆପଣେଇବା ଏବଂ ଜିଲ୍ଲାରେ ବସବାସ କରୁଥିବା ତେଲେଙ୍ଗାନାର ଅଧିବାସୀ ମାନଙ୍କୁ କାର୍ଯ୍ୟକ୍ରମରେ ଯୋଡିବା, ଯଖ୍ମା ମୁକ୍ତ ଭାରତ ନିର୍ମାଣ ଉଦ୍ଦେଶ୍ୟରେ ଜିଲ୍ଲାର ଉତ୍ତରଦାୟୀ କାର୍ଯ୍ୟକର୍ତ୍ତା ମାନେ ନିଜ ନିଜ ଅଞ୍ଚଳର ଯଖ୍ମା ରୋଗୀର ସମସ୍ତ ଚିକିତ୍ସା ଭାର ତୁଲାଇବେ। ଟୀକାକରଣ ଅଭିଯାନକୁ ତ୍ବରାନ୍ବିତ କରିବା ରହିଛି। ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରେମୁଣାର ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଇଶ୍ଵର ଚନ୍ଦ୍ର ବେହେରା, ଭୋଗରାଇ ବିଧାୟକ ପାର୍ଥି ଅଂଶୁମାନ ମହାନ୍ତି, ଜିଲ୍ଲା ଉପସଭାପତି ମୀନାକ୍ଷୀ ମହାପାତ୍ର, ସାବିତ୍ରୀ ଜେନା, କରୁଣାକର ପଣ୍ଡା, ପ୍ରଦୀପ ପଣ୍ଡା ଓ ଗଙ୍ଗାଧର ମିଶ୍ର, ଜିଲ୍ଲା ସମ୍ପାଦକ ମହୁଆ ପ୍ରଧାନ ଓ ସସ୍ମୀତା ଚାନ୍ଦ, ମହିଳାମୋର୍ଚ୍ଚା ସଭାପତି ମନୀଷା ଚିନ୍ମୟୀ ବେହେରା, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, କୃଷକମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ଏସସି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା, ସିମୁଳିଆ ମିଡିଆ ସଂଯୋଜକ ନିରାକାର ପଣ୍ଡା, ଜଳେଶ୍ଵର ନଗର ପୁର୍ବତନ ନଗରପାଳ ପ୍ରବୀର ପ୍ରଧାନ, ସମବାୟ ବ୍ୟାଙ୍କ ସଂଯୋଜକ ସର୍ବେଶ୍ଵର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ଯମଣ୍ଡିତ କରିବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ।