ପ୍ରଧାନମନ୍ତ୍ରୀ ନେତ୍ର-ଜ୍ୟୋତି କାର୍ଯ୍ୟକ୍ରମରେ ମାଗଣା ଚକ୍ଷୁ ପରାମର୍ଶ ଓ ସଚେତନତା ଶିବିର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏବଂ ବ୍ରହ୍ମପୁର ସ୍ଥିତ “ନାଭ” ସ୍ଵୀକୃତି ପ୍ରାପ୍ତ “ରୁବୀ ଚକ୍ଷୁ ଚିକିତ୍ସାଳୟ” ଓ ଲାସି ସେଣ୍ଟର ଆନୁକୁଲ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରଧାନମନ୍ତ୍ରୀ ନେତ୍ର-ଜ୍ୟୋତି କାର୍ଯ୍ୟକ୍ରମ ଅନ୍ତର୍ଗତରେ ଏକ ମାଗଣା ଚକ୍ଷୁ ପରାମର୍ଶ ଓ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିର କାର୍ଯ୍ୟକ୍ରମକୁ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ଉଦଘାଟନ ଓ ଶୁଭାରମ୍ଭ କରିଥିଲେ.ପରେ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ତଥା ପିଏଚଇଓ: ମମତା ପାଢୀଙ୍କ ସଚେତନତା ସଭା କାର୍ଯ୍ୟକ୍ରମ ପରିଚାଳନା କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରାଣ୍ଡି ତଥା ଆଖପାଖ ଅଞ୍ଚଳରେ ଥିବା ବୟସ୍କ ବୟସ୍କା ବ୍ୟକ୍ତି ଯେଉଁ ମାନଙ୍କ ଚକ୍ଷୁ ପରଳ ଅଛି , ଝାଉଁଳିଆ ଦେଖାଯାଉଛି କି ଚକ୍ଷୁ ଜନିତ ଯନ୍ତ୍ରଣା କି କୌଣସି ପ୍ରକାରର ସମସ୍ୟା ରହିଛି , ସେମାନଙ୍କ ଚକ୍ଷୁ ସ୍କ୍ରୀନିଂ କରାଯିବା ସହ ଆବଶ୍ୟକ ସ୍ଥଳେ ମାଗଣାରେ ଅସ୍ତ୍ରୋପଚାର କରାଯିବ , ଏହାହିଁ ଏହି କାର୍ଯ୍ୟକ୍ରମ ଆୟୋଜନ\’ର ମୁଖ୍ୟ ଉଦ୍ଦେଶ ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ , ରୁବୀ ଚକ୍ଷୁ ଚିକିତ୍ସାଳୟର ଡ଼ାଃ ସୁଜିତ୍ କୁମାର ଦାସ ଏବଂ ସହକାରୀ ଅପଥପମିକ ଶ୍ରୀ ପ୍ରଭାତ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଅଞ୍ଚଳବାସୀଙ୍କ ଉତ୍ତମ ସେବା ଯୋଗାଇ ଦେବା ଆମର ଲକ୍ଷ , ତେଣୁ ଯେଉଁ ବୃଦ୍ଧ ବୃଦ୍ଧା ଶିବିରକୁ ଆସି ପାରିନାହାନ୍ତି ସେମାନଙ୍କୁ ଏହି ଶିବିରର ବାର୍ତ୍ତା ପହଞ୍ଚାଇ ଆଗାମୀ ଦିନରେ ଏ ଅଞ୍ଚଳରେ ହେବାକୁ ଥିବା ଚକ୍ଷୁ ଚିକିତ୍ସା ଶିବିରକୁ ଆସି ସେମାନଙ୍କ ଚକ୍ଷୁ ସ୍କ୍ରିନୀଙ୍ଗ ପରୀକ୍ଷା କରାଇ ନେବାକୁ ଜଣାଇବେ ବୋଲି କହିଥିଲେ ।ଏହି ଚକ୍ଷୁ ଚିକିତ୍ସା ଶିବିରରେ ରୁବୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଚକ୍ଷୁ ଜନିତ ବିଭିନ୍ନ ପ୍ରକାରର ପରୀକ୍ଷା କରା ଯାଇଥିଲା । ଅସ୍ତ୍ରୋପଚାର ଚିହ୍ନଟ ମାନଙ୍କୁ ମାଗଣାରେ ବ୍ରହ୍ମପୁର ସ୍ଥିତ ରୁବୀ ଚକ୍ଷୁ ଚିକିସ୍ୟାଳୟରେ କେଟ୍ରେକ୍ ଓ ଅନ୍ୟାନ୍ୟ ଅସ୍ତ୍ରୋପଚାର କରାଯାଇ ଭଲରେ ଦେଖି ପାରିବା ପାଇଁ ସେମାନଙ୍କୁ ଇଣ୍ଟ୍ରା କୁଲାର ଲେନ୍ସ ଦିଆଯିବ ବୋଲି ପରାମର୍ଶ ଦିଆ ଯାଇଥିଲା ।ଶିବିରରେ ଚକ୍ଷୁ ଜନିତ ବିଭିନ୍ନ ପରୀକ୍ଷା ରୁବୀ ଚକ୍ଷୁ ଚିକିତ୍ସାଳୟ ଓ ଲାସୀ ସେଣ୍ଟରର ମ୍ୟାନେଜର ଡ଼ାଃ ସୁଜିତ୍ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ରାକେଶ ରୋଷନ ବେହେରା , ଶ୍ରୀ ବିକାଶ କୁମାର ପ୍ରଧାନ ଓ ଭୀଷ୍ମ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ