ପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ନାଉଗାଁ, (ଓ୍ବାଇଏନ୍ଏସ୍) : ବଛାଳୋ ପଂଚାୟତ ଅଧିନସ୍ଥ କୁଣ୍ଡିଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ଭଟ୍ଟଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରୋହିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବାବା ସତ୍ୟାନନ୍ଦ ଦାସ ମହାରାଜ, ମୁଖ୍ୟବକ୍ତା ଭାବେ ଏବିଇଓ ଅକ୍ଷୟ କୁମାର ବେହେରା, ସମ୍ମାନନୀୟ ଅତିଥି ଭାବେ ସରପଂଚ ପ୍ରିୟଦର୍ଶିନୀ ଲେଙ୍କା, ସିଆରସିସି ସହଦେବ ସେଠୀ, ବଛାଳୋ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଚଇନି ପ୍ରମୁଖ ଯୋଗ ଦେଇ ଭଟ୍ଟଙ୍କ କର୍ମମୟ ଜୀବନର ବିଭିନ୍ନ ଦିଗ ସଂର୍ପକରେ ଆଲୋକପାତ କରିଥିଲେ । ଭଟ୍ଟଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ବିଭିନ୍ନ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ