ପ୍ରଫୁଲ୍ଲ କୁମାରୀ ମହାବିଦ୍ୟାଳୟର ପୁର୍ବତନ ସଭାପତି ,ବୃନ୍ଦାବନ ପାତ୍ରଙ୍କ ଦେହାନ୍ତ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ବେଲଗୁଣ୍ଠା ବ୍ଲକ ଗୋବରା ଅଞ୍ଚଳର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ବିଶିଷ୍ଟ ସମାଜସେବୀ ଏବଂ ପୁର୍ବତନ ଶିକ୍ଷକ ବୃନ୍ଦାବନ ପାତ୍ରଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଅଛି ।ଜଣେ ଶିକ୍ଷାବିତ୍ ଓ ସମାଜସେବୀ ଭାବେ ଅଞ୍ଚଳରେ ପରିଚିତ ଥିଲେ ।ଗୋବରା ବ୍ରାହ୍ମଣ ସମାଜର ମୁଖ୍ୟ ସଙ୍ଗଠକ ଥିବା ବେଳେ ଗୋବରା ପ୍ରଫୁଲ୍ଲ କୁମାରୀ ମହାବିଦ୍ୟାଳୟର ସଭାପତି ଦାୟିତ୍ୱ ୧୯୯୭ ରୁ ୨୦୦୩ ପର୍ଯ୍ୟନ୍ତ ଦାଇତ୍ୱ ସମ୍ପନ କରିଥିଲେ ।ବାର୍ଦ୍ଧକ୍ୟ ଜନିତ ରୋଗରେ କିଛି ଦିନ ହେଲା ପିଡୀତ ଥିଲେ ।ଭୁବନେଶ୍ୱରରେ ନିଜ ଝିଅଙ୍କ ନିକଟରେ ଥିବା ବେଳେ ସୋମବାର ଭୋର ୫ ଟା ୧୫ ମିନଟ ସମୟରେ ତାଙ୍କ ଦେହାନ୍ତ ହୋଇଥିଲା ।ପୁରୀ ସ୍ୱର୍ଗ ଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ତାରିଣୀ ଚରଣ ପାତ୍ର ମୁଖାଗ୍ନି ଦେଇଥିଲେ ।ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାରବର୍ଗ ଉପସ୍ଥିତ ଥିଲେ ।ବୃନ୍ଦାବନଙ୍କ ମୃତୁରେ ଗୋବରା ଗ୍ରାମ୍ୟ କମିଟି ତଥା ଶିକ୍ଷାବିତ ରାମକୃଷ୍ଣ ପାତ୍ର, ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଖେତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ଼ ,ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟର ଅଧକ୍ଷା ମାମା ପରିଡା, ବିସ୍ୱଭାରତି ଅଧକ୍ଷ କୁଞ୍ଜ ବିହାରୀ ନାୟକ, ଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସେ ଜଣେ ପରୋପକାରୀ, ଧର୍ମପରାୟଣ ଓ ଭଦ୍ର ବ୍ୟକ୍ତି ଥିବାରୁ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗୋବରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ