ପ୍ରଫେସର୍ ରାଧାମୋହନ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତି ସଭା

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ବିଶିଷ୍ଟ ଯୋଗ ସାଧକ ତଥା ଆର୍ଯ୍ୟ ସମାଜ ବୈଦିକ ଚିନ୍ତାଧାରାର ଦୃଢ ପୃଷ୍ଠପୋଷାକ ଭାବେ ପରିଚିତ ସ୍ଵର୍ଗତ ରାଧାମୋହନ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତି ସଭା ନିଜ ପୈତୃକ ଗ୍ରାମ ପ୍ରତାପ ଲକ୍ଷ୍ମଣପୁର ଶାସନଠାରେ ଅନୁଷ୍ଠିତ ହୋଇଯାଇଛି I ସ୍ଵର୍ଗତ ମିଶ୍ରଙ୍କ କନିଷ୍ଠ ଭାଇ ଘନଶ୍ୟାମ ମିଶ୍ରଙ୍କ ନେତୃତ୍ୱରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସ୍ଵର୍ଗତ ମିଶ୍ରଙ୍କ ବଡ଼ ଭାଉଜ କିରଣବାଳା ମିଶ୍ର,ପଞ୍ଚାନନ ମିଶ୍ର,ପୁଷ୍ପାଞ୍ଜଳି ମିଶ୍ର, ବାଦଲ ତ୍ରିପାଠୀ, ମନୋଜ କୁମାର ତ୍ରୀପାଠୀ, ତପନ ତ୍ରିପାଠୀ, କମଳ ଲୋଚନ ମିଶ୍ର, ରଶ୍ମିକାନ୍ତ ମିଶ୍ର, ମନୋରମା ମିଶ୍ର, ଚିନ୍ମୟୀ ମିଶ୍ର, ଭୂମିକା ମିଶ୍ର, ହେମନ୍ତ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ଵର୍ଗତ ମିଶ୍ରଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ I ପ୍ରକାଶ ଥାଉକି ସ୍ୱର୍ଗତ ମିଶ୍ର ଗତ ୧୧ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ହୃଦଘାତରେ ଇହଲୀଳା ସମ୍ବରଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ