ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ ଙ୍କ ବିୟୋଗରେ ଶୋକସଭା  

ଛତ୍ରପୁର, (ଦେବଦତ୍ତ ମହାରଣା) :-ବିଶିଷ୍ଟ ସାହିତ୍ୟିକ, ସାହିତ୍ୟ ସଂଗଠକ ଶିକ୍ଷାବିତ ତଥା ପ୍ରାକ୍ତନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ( ୬୨ ) ଙ୍କ ଶନିବାର ସକାଳେ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ମେଳାପୀ ଛାତ୍ରବତ୍ସଳ ଅଧ୍ୟାପକ ଥିଲେ । ଜୀଵନର ଶେଷପର୍ଯ୍ୟନ୍ତ ସେ ଓଡ଼ିଆଭାଷା ଓ ସାହିତ୍ୟ ର ପ୍ରଚାର ଓ ପ୍ରସାର ଏବଂ ଓଡ଼ିଆଭାଷା କୁ ରୁଦ୍ଧିମନ୍ତ କରିବାକୁ ପ୍ରୟାସ ଜାରୀ ରଖିଥିଲେ । ତାହାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣଓଡ଼ିଶାର ଜଣେ ସାହିତ୍ୟ ସାରଥୀ ତଥା ଏକ ଉଜ୍ଵଳ ଜ୍ୟୋତି କୁ ହରାଇଲା ବୋଲି ଗଣନା କରାଯାଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନ ଠାରେ ଏହି ଅବସରରେ  ଆୟୋଜିତ ଏକ ସ୍ମୃତିଚାରଣ ସଭା ସଂଗ୍ରାମୀ ନେତା ତଥା ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତତ୍କାଳୀନ ଛତ୍ରପୁର ଜିଲ୍ଲାଶିକ୍ଷାଧିକାରୀ ତଥା ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ନିରଞ୍ଜନ ତ୍ରିପାଠୀ, ବିଶିଷ୍ଟ ଶିକ୍ଷାବିତ ସୋମନାଥ ସାହୁ, ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ତଥା ବିଶିଷ୍ଟ କବି ସୁଶାନ୍ତ ଦାଶ୍, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ କବି ଅଜିତ ସେଠୀ, ଲକ୍ଷ୍ମଣଭବନ ସମ୍ପାଦକ ସାଲ କ୍ରିଷ୍ଣା ରେଡ୍ଡୀ, ଆଡ଼ଭୋକେଟ ଡ଼ି. ଆଦିନାରାୟଣ ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତଆତ୍ମାଙ୍କ ସଦଗତି କାମନା କରି ନିମନ୍ତେ ଦୁଇମିନଟ ନୀରବ ପ୍ରାର୍ଥନା କରିଥିଲେ ଏବଂ ତାଙ୍କ ସ୍ମୃତିଚାରଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ