ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତି ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମଜୟନ୍ତୀ ଛତ୍ରପୁର ଠାରେ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପାଳନ କରାଯାଇଛି । ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରବାଦ ପୁରୁଷଙ୍କ ଜୀବନ ଧାରା ଉପରେ ସ୍ମୃତିଚାରଣ କରାଯାଇଥିଲା । ପରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା, ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ ଚୈାଧୂରୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ଛତ୍ରପୁର ନଗର ସଭାପତି ବି. ରାଜିବାବୁ, ଯୂବ ବିଜେଡି ସଭାପତି ଟି. ଚନ୍ଦ୍ରଶେଖର ରାଓ, ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ବିଜୁ ଆଇନ ସାମ୍ମୁଖ୍ୟ ର ସଭାପତି ସୁରେଶ ପଣ୍ଡା, ସମ୍ପାଦକ ଏଲ. ଗୋପାଳ ରାଓ, ଉପସଭାପତି ଭୈରବୀ କୁମାର ପଟ୍ଟନାୟକ, ଆବାହକ ମନୋଜ କୁମାର ପାଢୀ, ମୁଖ୍ୟ ଉପଦେଷ୍ଟା ବିଜୟ କୃଷ୍ଣ ପଟ୍ଟନାୟକ, ବ୍ରଜ ମୋହନ ଆଚାର୍ଯ୍ୟ, ଛତ୍ରପୁର ବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, କଣମଣା ସରପଂଚ ଏସ୍. ଚକ୍ରପାଣି ରେଡ୍ଡି, ଅଟଳ ବିହାରୀ ପଟ୍ଟନାୟକ, କିଶୋର ଚନ୍ଦ୍ର ସେନାପତି, ପୂର୍ବତନ ଏନଏସି ଅଧ୍ୟକ୍ଷା ଟି. ଲକ୍ଷ୍ମୀ, ପ୍ରିତିଛନ୍ଦା ସାମଲ, ସନ୍ତୋଷୀ ସେଠୀଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।


