ଟିପିଏସଓଡିଏଲ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ଅବସରରେ ତାଲିମ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଛତ୍ରପୁର ଟିପିଏସଓଡିଏଲ ପକ୍ଷରୁ ଶନିବାର ଜାତୀୟ ସୁରକ୍ଷା ସପ୍ତାହ ଅବସରରେ ବୈଦ୍ୟୁତିକ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଟିପିଏସଓଡିଏଲ ର ମୁଖ୍ୟ ନିରାପତ୍ତା ଅଧିକାରୀ ସୁଶୀଲ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଶିକ୍ଷକ ଭାବେ ନିରାପତ୍ତା ଅଧିକାରୀ ବିଭୂତି ଭୂଷଣ ପାହାଡାସିଂହ ଓ ସମ୍ରାଟ କେଶରୀ ମହାପାତ୍ର ଯୋଗ ଦେଇ ବିଦ୍ୟୁତ ବ୍ୟବହାର କଲାବେଳେ କିପରି ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ସେନେଇ ତାଲିମ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧିକ୍ଷଣ ଯନ୍ତ୍ରୀ ଚନ୍ଦନ ଦାସ, ଛତ୍ରପୁର ଉପଖଣ୍ଡର ନିର୍ବାହୀ ଯନ୍ତ୍ରୀ ସୁଦର୍ଶନ ବେହେରା, ଉପଖଣ୍ଡ ଅଧିକାରୀ ରାଜ କିଶୋର ବଲ୍ଲଭ ପ୍ରମୁଖ ପରିଚାଳନା କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟିର ପଦ୍ମଚରଣ ସାହୁ, ପ୍ରଧାନାଚାର୍ଯ୍ୟ ପ୍ରମୁଖ ସହ ଯୋଗ କରିଥିଲେ । ଏହା ସହ ତାଲିମ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଆଗାମୀ ଦିନରେ ଏପରି ବହୁ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍କୁଲ ପ୍ରତିନିଧି ମାନେ ଟିପିଏସଓଡିଏଲକୁ ଅନୁରୋଧ କରିଥିଲେ ।


