ପାରଳା ପୌରପରିଷଦ ଓ କାଶୀନଗର ଏନ୍‌ଏସିରେ ପ୍ରାର୍ଥୀଙ୍କ ନାମାଙ୍କ ପତ୍ର ଦାଖଲ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର ଦୁଇ ଗୋଟି ସହର ଯଥା ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ଏନ୍‌ଏସିରେ ଆଜି ବିଭିନ୍ନ ଦଳର କାଉନସିଲର ପ୍ରାର୍ଥୀ/ପ୍ରାର୍ଥିନୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି । ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଚତୁର୍ଥ ଦିନରେ ପାରଳାଖେମୁଣ୍ଡି ପୌରପରିଷଦର ୧୬ଗୋଟି ୱାର୍ଡରେ ବିଭିନ୍ନ କାଉନସିଲର ପ୍ରାର୍ଥୀ ନାମାଙ୍କନ ପତ୍ର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରାଙ୍କ ନିକଟରେ ଦାଖଲ କରିଥିବାର ଜଣାପଡିଛି । ସେହିିପରି କାଶୀନଗର ଏନ୍‌ଏସିରେ କେହି ଜଣେ ହେଲେ ପ୍ରାର୍ଥୀ/ପ୍ରାର୍ଥିନୀ ନାମାଙ୍କନ ପତ୍ର ଦାଖଲ କରି ନ ଥିବାର ଜଣାପଡିଛି । ଏହା ସହ କାଶୀନଗର ଏନ୍‌ଏସି ଅଧ୍ୟକ୍ଷା ପଦବୀ ନିମନ୍ତେ କେହି ଆବେଦନ ଫର୍ମ କିଣି ନ ଥିବାର ମଧ୍ୟ ଖବରଲେଖିବା ସୁଦ୍ଧା ଜଣାପଡିଛି । ନାମାଙ୍କନପତ୍ର ଦାଖଲ କରିବା ପାଇଁ ଆଉ ୨ ଦିନ ଯଥା ୭ତାରିଖ ସୋମବାର ଶେଷ ଦିବସ ରହିଛି । ତେଣୁ ଏହି ୨ ଦିନ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ/ପ୍ରାର୍ଥିନୀ ମାନେ ନାମାଙ୍କ ପତ୍ର ଦାଖଲ କରିବେ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ