ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ ଶନିବାର ପାଳନ କରାଯାଇଛି । ଏହି ଅବସରରେ ବ୍ଳକ ବିଜେଡି ପୂର୍ବତନ ସଭାପତି ସୁଜିତ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ନାଉଗାଁ ବ୍ଳକଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ଆଲୋକ ମହାନ୍ତି, ଜିଲ୍ଲା ସଂପାଦକ ପୃଥିରାଜ ମହାନ୍ତି, ଯୁବନେତା ନିରୋଦ ସ୍ୱାଇଁ, ରଶ୍ମୀକାନ୍ତ ବାରିକ, ଶାଶ୍ୱତ ନାୟକ, ବ୍ଲକ ଛାତ୍ର ସଭାପତି ଲୋକନାଥ ଦାସ, ଦିବ୍ୟରଂଜନ ନାୟକ, ସୁଧିର ଦାସ ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ । ସେହିପରି ଗଂଗଦାହାଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତରେ ଡେରିକି ପଂଚାୟତ ବିଜେଡି ସଭାପତି ମାଧବାନନ୍ଦ ବିଶ୍ୱାଳ, ପ୍ରର୍ଶୁରାମ ଜେନା, ମିହିର ସ୍ୱାଇଁ, ଆର୍ତବନ୍ଧୁ ପ୍ରଧାନ, ତିରୁଣା ପଂଚାୟତ ପୂର୍ବତନ ସଭାପତି ରଂଜନ ବିଶ୍ୱାଳ, ବିଷ୍ଣୁଚରଣ ବେହେରାଙ୍କ ସମେତ ବହୁ କର୍ମୀ ସାମିଲ ହୋଇ ମାଲ୍ୟାର୍ପଣ କରିଥିଲେ । ବିଜୁ ଜନତା ଦଳର କର୍ମୀମାନେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ କର୍ମୀମାନେ ସଂକଳ୍ପବଦ୍ଧ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ