ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) :ରେମୁଣା ବିଜୁ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କମିଟିର ସଭାପତି ଅଜୟ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ନବ ଉତ୍କଳ ନିର୍ମାଣ ଓ ତତ୍କାଳୀନ ଓଡ଼ିଶା ବିକାଶରେ ବିଜୁବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଅବସରପ୍ରାପ୍ତ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲିକ, ଚୌଦ୍ୱାର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଜୟକୃଷ୍ଣ ମହାନ୍ତ, ‘ଚନ୍ଦ୍ରଭାଗା’ର ପ୍ରତିଷ୍ଠାତା କବି ଶ୍ରୀଦେବ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବହୁବିଧ ପ୍ରତିଭା ଓ ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ସଙ୍ଗୀତ ଗୁରୁ ମହେନ୍ଦ୍ର ନାଥ ମହାପାତ୍ର ଓ ବରିଷ୍ଠ ସମାଜସେବୀ କୁଳମଣି ଜେନାଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥି ସହିତ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସମ୍ବର୍ଦ୍ଧନା ପର୍ବ ଓ ପୁରସ୍କାର ବିତରଣ ଉତ୍ସବକୁ ଦୁଷ୍ମନ୍ତ ଦାସ ଓ ଅରୁଣ ମହାନ୍ତି ସଂଯୋଜନା କରିଥିଲେ । ନାଟ୍ୟକାର ପ୍ରଦୀପ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ଅତିଥିଙ୍କୁ ମଂଚ ଆମନ୍ତ୍ରଣ କରିଥିବା ବେଳେ ଡ. ଭାଗବତ ପ୍ରସାଦ ଦାସ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ବିଚିତ୍ରାନନ୍ଦ ଗିରି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସଭାପରେ ଆୟୋଜିତ କବିତା ପାଠ ଉତ୍ସବକୁ ମଧୁସୂଦନ ମିଶ୍ର ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ