ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ସଫେଇ କାର୍ଯ୍ୟ
ବାଲେଶ୍ୱର, (ସରୋଜ ପଣ୍ଡା) :ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ବାଲେଶ୍ୱର ରେଳଷ୍ଟେସନ ସମ୍ମୁଖ ଅଞ୍ଚଳକୁ ସଫେଇ କରିଥିଲେ । ସମାଜସେବୀ ମଦନ ମୋହନ ଦାସମହାପାତ୍ର ଓ ସତ୍ୟେନ୍ଦ୍ର ଦାସ ଏଥିରେ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ଫାଉଣ୍ଡେସନର ମୁଖ୍ୟ ସଂଯୁକ୍ତାରାଣୀ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଜ୍ୟୋତି ପ୍ରକାଶ ଦେ, ସବିତା ମହାନ୍ତି, ଅମିତା ଚାନ୍ଦ, ସବିତା ଦାସ, ଅବନ୍ତି ସାହୁ, ଭାରତୀ ପାତ୍ର, ସୁକାନ୍ତି ଜେନା, ଭ।।ରତୀ ମଲିକ, ସୋନାଲି ରାଓ, ମାଳତୀ ଜେନା, ପାର୍ବତୀ ସୋରେନ, କନକ ସିଂ ଓ ଲକି ସିଂ ପ୍ରମୁଖ ଏଥିରେ ଯୋଗଦେଇ ସଫେଇ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ ।


