ଜନଔଷଧି କେନ୍ଦ୍ର ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛକସ୍ଥିତ ଜନଔଷଧି କେନ୍ଦ୍ର ପକ୍ଷରୁ ଜାତୀୟ ଜନଔଷଧି ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବରକୁ ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ତଥା ଫକୀର ମୋହନ କଲେଜ ପୁରାତନ ଛାତ୍ର ସଂସଦ କର୍ମକର୍ତ୍ତା ଡାକ୍ତର ପ୍ରଭାତ ଚୌଧୁରୀ ଉଦଘାଟନ କରିଥିଲେ । ଡାକ୍ତର ଚୌଧୁରୀଙ୍କ ସମେତ ଡାକ୍ତର ଧନଞ୍ଜୟ ପରିଡ଼ା ଓ ଡାକ୍ତର ବିଷ୍ଣୁପ୍ରିୟ ଦେ ପ୍ରମୁଖ ଏହି ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ନିଦାନ ପତ୍ର ପ୍ରଦାନ କରିଥିଲେ । ଏଥିରେ ୧୪୫ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ ତନ୍ମଧ୍ୟରୁ ୭୨ ଜଣଙ୍କର ରକ୍ତ ସର୍କରା ପରୀକ୍ଷା କରାଯାଇଥିଲା । ନିଦାନପତ୍ର ପ୍ରଦାନ ସାଙ୍ଗକୁ ଜନଔଷଧିର ଗୁଣବତ୍ତା ସମ୍ପର୍କରେ ଡାକ୍ତରମାନେ ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ । ଜନଔଷଧି କେନ୍ଦ୍ରର ପରିଚାଳକ ତଥା ବରିଷ୍ଠ ଫାର୍ମାସିଷ୍ଟ ସୁରଞ୍ଜନ ଦାସମହାପାତ୍ର ଏହି ଶିବିରକୁ ପରିଚାଳନା କରିବା ସହିତ ସାମ୍ପ୍ରତିକ ସମାଜରେ ବିଭିନ୍ନ ରୋଗପାଇଁ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଜନଔଷଧିର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଅଶ୍ୱିନୀ ସ, ସରୋଜ କୁମାର ମଲିକ, ଅଶୋକ ଗୋଚ୍ଛାୟତ, ସ୍ମୃତିଶ୍ରୀ ମହାନ୍ତି, ଅମର ଗୋଚ୍ଛାୟତ, ତନୁଶ୍ରୀ ମହାନ୍ତି, ବର୍ଷାରାଣୀ ପଣ୍ଡା, ବିପ୍ଳବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ