ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀରେ ଆରମ୍ଭ ହେଲା ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ବିଜୁ ଜନତା ଦଳ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପାଳିତ ହୋଇଯାଇଛି । ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ତତ୍ତ୍ୱାବଧନରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା ଯୋଗ ଦେଇଥିଲେ । ପ୍ରଥମେ ଫାଣ୍ଡିଛକରେ ଥବା ବିଜୁ ବାବୁଙ୍କ ପ୍ରତିମୂତ୍ତିରେ ସମୂହ ମାଲ୍ୟପର୍ଣ ପରେ ପୋଲିସ ଲାଇନ ସ୍ଥିତ ବିଜୁ ପଟ୍ଟନାୟକ ଉଦ୍ୟାନରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂତ୍ତିରେ ସମସ୍ତେ ମାଲ୍ୟାପର୍ଣ କରିଥିଲେ । ଏହି ଅବସରରେ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଧାୟକ ଶ୍ରୀ ଦାଶ ଆଜି ଆମ ସମସ୍ତଙ୍କ ପାଇଁ ଏକ ମହତ ଦିନ ଅଟେ । ବିଜୁ ବାବୁଙ୍କ ସପ୍ନକୁ ପୁରା କରିବାରେ ଆମେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସଂକଳ୍ପ ନେବା ବୋଲି ବିଧାୟକ କହିଥିଲେ । ସାଂସଦ ରବିନ୍ଦ୍ର ଜେନା ବିଜୁ ଜନତା ଦଳ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖି ଯୋଜନକୁ କିପରି ସମସ୍ତ ବିଜୁ ପ୍ରେମୀ ପ୍ରତ୍ୟେକ ଘରେ ଘରେ ପହଞ୍ଚାଇ ପାରିବେ ଏବଂ ସମସ୍ତ ଯୋଜନାରୁ କିପରି ହିତାଧିକାରୀ ଲାଭ ଉଠାଇ ପାରିବେ ବୋଲି କହିଥିଲେ ଏବଂ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାପାଇଁ ଦାବିକୁ ଦଳମତ ନିର୍ବିଶେଷରେ ସମସ୍ତ ଓଡ଼ିଆ ଜାତିକୁ ଏକ ହେବାକୁ ପଡ଼ିବ ବୋଲି ଶ୍ରୀ ଜେନା କହିଥିଲେ । କାର୍ଯ୍ୟକ୍ରମରେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ପୂର୍ବତନ ନଗରପାଳ ଆଲୋକ ସାହୁ, ରେମୁଣାର ପୂର୍ବତନ ବିଧାୟକ ଶୁର୍ଦଶନ ଜେନା, ବରୋଦାପ୍ରଶନ୍ନ ପଟ୍ଟନାୟକ, ଗୌରି ରାଉତ, ସୋରୂପ ଦାସ, ଆଶିଷ ଘୋଷ, ରଂଜିତା ମହାପାତ୍ର, ଇତିକୃଷ୍ଣା ସ୍ୱାଇଁ, ସୁସମା ବେହେରା, ମୁନୁମଣୀ ନାୟକ, ଗୌରି ଦାଶ, ଶକ୍ତିପଦ ରାୟ, ଧିରେନ ନାୟକ, ଅନିରୁଦ୍ଧ ପ୍ରଧାନ, ଉମିଲତା ଦାସ, ଜୟପ୍ରକାଶ ଦାଶ, ସଲିମ ରାଜା, କୈଳାସ ଦାଶ, ରବି ସାହୁ, ସିମନ ଦାସମହାପାତ୍ର, ସତ୍ୟରଂଜନ ଦାସ, ସଂଜୀବ ଦାସ, ବ୍ରଜକିଶୋର ପ୍ରଧାନ, ଦୀପକ ମଲ୍ଲିକ, ଗୌରି ବାରିକ, ଅଜୟ ସାମଲ, ଜିତେନ୍ଦ୍ର ଉପାଧ୍ୟାୟ, ଶତୃଘ୍ନ ମଲ୍ଲିକ, ବଂଶୀଧର ଦଳେଇ, ମାୟାଧର ମହାଳିକ, ଗିରିଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ପରେ ବାଲେଶ୍ୱର ରାଣୀପାଟଣା ସ୍ଥିତ ଦରଜୀପୋଖରୀ ଛକରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ନୂତନ ରାସ୍ତାର ଶୁଭ ଉଦ୍ଘାଟନ ସହ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବାଲେଶ୍ୱର ନଗର ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ପରିଚାଳନା କରିଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର ମିଡ଼ିଆ ସଂଯୋଜକ ଧିରେନ ନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ