ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ଅନ୍ତର୍ଗତ  ଅକରୁଆ ପଞ୍ଚାୟତରେ ନୂତନ ଭାବେ ଚୟନ ହୋଇଥିବା ୧୪୩ ଜଣ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସରପଞ୍ଚ ହେମଲତା ବେହେରାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ରଞ୍ଜନ କୁମାର ପରିଡା, ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ମିଶନ ଶକ୍ତିର ସାଂସଦ ପ୍ରତିନିଧି ମିନତୀ ମହାପାତ୍ର, ବିଜେପି ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ଜଗନ୍ନାଥ ବାରିକ, ଦୀପକ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଭତ୍ତା ପାଇଁ ସରକାର ନୂତନ କରି ପ୍ରଚଳନ କରିଥିବା ନୀତି ନିୟମ ଦ୍ୱାରା ହିତାଧିକାରୀ ମାନେ କିପରି ବାର ଦୁଆର ନେହେବେ ସେ ସମ୍ପର୍କରେ ଅତିଥି ମାନେ ମତ ଦେଇଥିଲେ। ଅନେକ ଦିନ ଧରି ଭତ୍ତା ପାଇଁ ଆବେଦନ କରି ଭତ୍ତା ପାଇପାରୁ ନଥିବା ହିତାଧିକାରୀ ମାନେ ଭତ୍ତା ପାଇବା ପରେ ମୋହନ ସରକାରଙ୍କୁ କୃତଜ୍ଞତା ଜଣାଇ ଥିଲେ। ଚତୁର୍ଭୁଜ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୟସ୍କ ଲୋକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଏବଂ ସେମାନଙ୍କ ଜୀବନଧାରଣରେ ସହାୟତା କରିବା ଦିଗରେ ଏହି ଭତ୍ତା ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ