ପ୍ରବାସୀ ଓଡ଼ିଆଙ୍କୁନେଇ ଗଜପତିରେ ପହଞ୍ଚିଲା ଦୁଇ ବସ୍
ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡିରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ । ସେମାନେ କେରଳରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସି ଆଜି ଗଂଞ୍ଜାମ ଜିଲ୍ଲା ଜଗନାଥପୁର ରେଳ ùÁସନ୍ରେ ପହଞ୍ଚିଥିଲେ । ସେଠି ସେମାନଙ୍କ ଡାକ୍ତର ମଇନା ପରେ ଗଜପତି ଜିଲ୍ଲା ଅଧିକାରୀ ପହଞ୍ଚି ୩୭ଜଣଙ୍କୁ ବସ୍ ଯୋଗେ ଆଣି କ୍ୱାରେଣ୍ଟାଇନ ସେଣ୍ଟରରେ ଛଡା ଯାଇଛି । ସେମାନଙ୍କ ପାଇଁ ବିଭିନ ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି । ଅନ୍ୟପଟେ ପୋଲିସି ପକ୍ଷରୁ କଡ଼ା ସୁରକ୍ଷା କରାଯାଇଛି ବୋଲି ଏସପି ସାରା ଶର୍ମା କହିଛନ୍ତି । ମୋହନା ବ୍ଲକର ୩୬ଜଣ, ନୂଆଗଡ଼ ବ୍ଲକର ଜଣେ ବୋଲି ବିଡ଼ିଓ ବଂଶୀଧର ସୂଚନା ଦେଇଛନ୍ତି ।