ଯାଜପୁରରେ ୫୦ ଟପିଲା, ରାଜ୍ୟରେ ୧୬୯ ଆକ୍ରାନ୍ତ
ଭୁବନେଶ୍ୱର : ଯାଜପୁରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଁଚିଛି । ସେହିପରି ଭଦ୍ରକରେ ମଧ୍ୟ ଦୁଇ ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ବର୍ତମାନର ୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବାବେଳେ ଜଣେ ମୃତ୍ୟୁବରଣ କରିଛନ୍ତି ।


