ପ୍ରବାସୀ ଓଡ଼ିଆ ସମାଜ ସୁରତ ପକ୍ଷରୁ ସତ୍ୟବାନଙ୍କ ପରିବାରକୁ ୬ଲକ୍ଷ ଟଙ୍କା ସହାୟତା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) : ସୁରତରେ ପୋଲିସ ମାଡ଼ରେ ମୃତ୍ୟୁ ବରଣ କରିଥିବା ସତ୍ୟବାନ ସ୍ୱାଇଁଙ୍କ ପରିବାରକୁ ବିଭିନ୍ନ ରାଜନୈତିକ ଦଳ ସହଯୋଗର ହାତ ବଢ଼େଇଥିବା ବେଳେ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ମଧ୍ୟ ମୃତ ସତ୍ୟବାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି। ଏଥି ସହିତ ପ୍ରବାସୀ ଓଡ଼ିଆ ସମାଜର ସମସ୍ତ ଆୟୋଜକଙ୍କ ସହାୟତା ରେ ସତ୍ୟବାନଙ୍କ ସ୍ତ୍ରୀ ପ୍ରତିମାଙ୍କ ବ୍ୟାଙ୍କ ଅଫ ବରୋଦା ଆକାଉଣ୍ଟରେ ୬ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିବା ସୋସିଆଲ ମିଡ଼ିଆ ଜରିଆରେ ସୂଚନା ଦେଇଛନ୍ତି ପ୍ରବାସୀ ଓଡ଼ିଆ ସମାଜର ସଭାପତି ପ୍ରଦୀପ କୁମାର ସାହୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ