ପ୍ରବାସୀ ଓଡିଆଙ୍କ ପାଇଁ ୧୬ଟି ପଂଚାୟତରେ ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସ୍ତୁତି ୩ ହଜାରୁ ଉର୍ଦ୍ଧ ପଂଜିକରଣ
ନାଉଗାଁ,(ଓ୍ବାଇଏନ୍ଏସ୍):କରୋନା ଯୋଗୁଁ ହଠାତ୍ ଲକ ଡାଉନ ସରକାର ଘୋଷଣା କରିବା ପରେ ବିଭିନ୍ନ ରାଜ୍ୟରେ ଶ୍ରମିକ, କମ୍ପାନୀ କର୍ମଚାରୀ ଓ ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେମାନଙ୍କୁ ନିଜ ନିଜ ଅଂଚଳକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକିୟା ଆରମ୍ଭ ହୋଇଯାଇଛି । ଯେଉଁମାନେ ଅନ୍ୟ ରାଜ୍ୟରୁ ନିଜ ଗ୍ରାମକୁ ଫେରିବାକୁ ଚାହୁଁଛନ୍ତି । ସେମାନେ ନିଜ ନିଜର ନାମ ପଂଜିକରଣ କରିବା ଆରମ୍ଭ କରିଛନ୍ତି । ଏହି କ୍ରମେ ନାଉଗାଁ ବ୍ଲକରେ ଆଜି ସୁଦ୍ଧା ୩ ହଜାରୁ ଉର୍ଦ୍ଧ ଲୋକ ସେମାନଙ୍କର ନାମ ପଂଜିକରଣ କରିଥିବା ଜଣାଯାଇଛି । ସେମାନେ ଆସିବା ପରେ ସେମାନେ ରହିବା ପ୍ରଶାସନ ପକ୍ଷରୁ ପ୍ରତି ପଂଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ସେଠାରେ ସେମାନଙ୍କୁ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା, ରହିବା ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ସାମାଜିକ ଦୁରତା, ଦୈନିକ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟପଟରେ ପୂର୍ବରୁ ବ୍ଲକ ପ୍ରଶାସନ ପକ୍ଷରୁ ୧୬ଟି ପଂଚାୟତରେ ୧୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଥିଲା । ହେଲେ ଏବେ ଆବଶ୍ୟକ ଠାରୁ ଅଧିକ ସଂଖ୍ୟକ ଲୋକ ବାହାରୁ ଆସିବା ପାଇଁ ନାମ ପଂଜିକରଣ କରିଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ଅଧିକରୁ ଅଧିକ କେନ୍ଦ୍ର ଖୋଲା ଯିବା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି ।