ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍୍) : ବ୍ରହ୍ମପୁର ଅତିରିକ୍ତ ଦୈାରାଜଜ୍ ୨ ତଥା ପୋସ୍କୋ ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ୨୦୧୭ ମସିହାରେ ନାବାଳିକା ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ବିଚାରାଧିନ ଥିବା ଅଭିଯୁକ୍ତକୁ ସାକ୍ଷୀ ଓ ପ୍ରମାଣ ଅଭାବରୁ କୋର୍ଟ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦୋଷରେ ଖଲାସ କରିଛନ୍ତି ।ପ୍ରକାଶ ଯେ ୨୦୧୭ ମସିହାରେ ଜାନୁୟାରୀ ମାସ ୨୩ ତାରିଖରେ ନଳକୂପ ନିକଟରୁ ନାବାଳିକାଙ୍କୁ ଅପହରଣ କରି ନାବାଳିକା ପ୍ରତି ଅସାଦାଚରଣ ହୋଇଥିବା ତାଙ୍କ ମା ଗୋଷାଣୀ ନୁୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଗୁଡ୍ଡୁ ରୋଡ ନିକଟରେ ଥିବା ତ୍ରିନାଥ ମନ୍ଦିରରେ ବାବୁ ରାଉଳ ବିରୋଦ୍ଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ମଙ୍ଗଳବାର ବିଚାର ଚାଲିଥିବା ବେଳେ ୧୪ ଜଣ ସାକ୍ଷୀ ଓ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା , ଓ ମୁଦାଲଙ୍କ ପକ୍ଷରୁ ଆଇନଜୀବି ସାୟିଦ ଇକବଲ ଓ ସଂଜୀବ ବେହେରା ମକଦମା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ